ନୂଆଦିଲ୍ଲୀ, 2 ଅଗଷ୍ଟ (ହି.ସ.)-କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି ଯେ ଅଙ୍ଗଦାନ ଜୀବନର ଏକ ଅମୂଲ୍ୟ ଉପହାର ଓ ଏହା ଏକ ପରୋପକାରୀ,
ସମତାମୂଳକ
ଓ ଅନିର୍ବାର୍ଯ୍ୟ ଭାବେ ନୈତିକ କାର୍ଯ୍ୟ ଅଟେ। କିନ୍ତୁ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ
ଆଜି ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଆବଶ୍ୟକ ଲୋକମାନଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ
ପଡୁଛି । ସେ କହିଛନ୍ତି ଯେ ଗୋଟିଏ ମଣିଷ ତାର ଅଙ୍ଗଦାନ ଦ୍ୱାରା ଆଠଜଣ ଲୋକଙ୍କ ଜୀବନ
ବଞ୍ଚାଇପାରିବେ। ତେଣୁ ଏହାକୁ ଜନ ଆନ୍ଦୋଳନ ବନାଇବା ଆବଶ୍ୟକ।
ଜେ.ପି. ନଡ୍ଡା ଇଣ୍ଟରନ୍ୟାସନାଲ ଆମ୍ବେଦକର ସେଣ୍ଟରରେ ଜାତୀୟ ଅଙ୍ଗ ଓ ଉତକ ପ୍ରତ୍ୟାରୋପଣ
ସଂଗଠନ ଦ୍ୱାରା ଆୟୋଜିତ 15ତମ ଭାରତୀୟ ଅଙ୍ଗଦାନ ଦିବସର ଅବସରରେ 'ଅଙ୍ଗଦାନ - ଜୀବନ ସଂଜୀବନୀ
ଅଭିଯାନ' କୁ ସମ୍ବୋଧନ କରି କହିଛନ୍ତି ଯେ ଆଜି ଅଙ୍ଗ ପ୍ରତ୍ୟାରୋପଣର ଆବଶ୍ୟକତା
ଦିନକୁ ଦିନ ବଢ଼ୁଛି। ପ୍ରତିବର୍ଷ ହଜାର ହଜାର ଲୋକ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଅପେକ୍ଷା
କରୁଛନ୍ତି। ଅଙ୍ଗଦାନ କରୁଥିବା ଲୋକ ଓ ଯାହାକୁ ଅଙ୍ଗ ଦରକାର, ସେମାନଙ୍କ ମଧ୍ୟରେ ବେଶ
କ୍ଷୁଦ୍ର ଅନୁପାତ ଅଛି। ଅଙ୍ଗଦାନ କରିବାରେ ଆଜି ମଧ୍ୟ ଲୋକମାନେ ପଛରେ ଅଛନ୍ତି। ଏହାର କାରଣ
ହେଉଛି ଲୋକମାନେ ଏ ବିଷୟରେ ଅଧିକ ଜାଣନ୍ତିନାହିଁ ଓ ସମାଜରେ ବ୍ୟାପ୍ତ କିଛି ଭ୍ରମଧାରଣା ମଧ୍ୟ
ଅଛି। ଆଜିର ଦିନ ଓ ଏହି ଅନୁଷ୍ଠାନ ପ୍ରତ୍ୟେକ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ମହାନ କାର୍ଯ୍ୟକୁ
ସମ୍ମାନ ଦେବା ଓ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାର ଅବସର ଅଟେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା