ଆମେ ତାହା କିଣିବୁ ଯାହା ଭାରତୀୟଙ୍କ ପରିଶ୍ରମରେ ତିଆରି, ସ୍ୱଦେଶୀ ଆପଣାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ
ବାରଣାସୀ, 2 ଅଗଷ୍ଟ (ହି.ସ.) -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଉତ୍ତର ପ୍ରଦେଶର ବାରଣାସୀରେ ଦେଶବାସୀଙ୍କୁ ସ୍ୱଦେଶୀ ଆପଣାଇବାକୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆମ ଘରକୁ ଆସୁଥିବା ପ୍ରତ୍ୟେକ ନୂତନ ବସ୍ତୁ ସ୍ୱଦେଶୀ ହେବା ଉଚିତ୍ ଓ ଏହି ଦାୟିତ୍ୱ ପ
ଆମେ ତାହା କିଣିବୁ ଯାହା ଭାରତୀୟଙ୍କ ପରିଶ୍ରମରେ ତିଆରି, ସ୍ୱଦେଶୀ ଆପଣାଇବାକୁ ଆହ୍ୱାନ     ଦେଲେ ପ୍ରଧାନମନ୍ତ୍ରୀ


ବାରଣାସୀ, 2 ଅଗଷ୍ଟ (ହି.ସ.)

-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର

ଦିନ ଉତ୍ତର ପ୍ରଦେଶର ବାରଣାସୀରେ ଦେଶବାସୀଙ୍କୁ ସ୍ୱଦେଶୀ ଆପଣାଇବାକୁ ଆହ୍ୱାନ ଜଣାଇଛନ୍ତି। ସେ

କହିଛନ୍ତି ଯେ ଆମ ଘରକୁ ଆସୁଥିବା ପ୍ରତ୍ୟେକ ନୂତନ ବସ୍ତୁ ସ୍ୱଦେଶୀ ହେବା ଉଚିତ୍ ଓ ଏହି

ଦାୟିତ୍ୱ ପ୍ରତ୍ୟେକ ଭାରତବାସୀ ନିଭାଇବା ଦରକାର। ସେ ଏହା ମଧ୍ୟ କହିଛନ୍ତି ଯେ ଆମେ ସେହି

ବସ୍ତୁମାନେ କିଣିବୁ ଯାହା ଭାରତୀୟମାନେ ବନାଇଛନ୍ତି। ଆମେ ଲୋକାଲ ପାଇଁ ଭୋକାଲ୍‌ ହେବାର

ଆବଶ୍ୟକତା ଅଛି।

ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସଂସଦୀୟ ମଣ୍ଡଳୀ ବାରାଣସୀକୁ ୫୧ତମ ଥର ପହଞ୍ଚି

ବୃହତ ରାଶିର ୫୨ଟି ବିକାଶ ପ୍ରକଳ୍ପ – 2,183.45 କୋଟି ଟଙ୍କାର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି

ଅବସରରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୨୦ତମ କିସ୍ତି ଜାରି କରିଛନ୍ତି। ଏହି ଅବସରରେ

ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି ନରେନ୍ଦ୍ର ମୋଦି କହିଛନ୍ତି, “ଶ୍ରାବଣ ମାସ ହେଉ, କାଶୀ ପରି ପବିତ୍ର ସ୍ଥାନ

ହେଉ ଓ ଚାଷୀଙ୍କ ସହିତ ଭେଟିବାର ସୌଭାଗ୍ୟ ମିଳୁ – ଏହାଠାରୁ ବଡ଼ କଣ ହୋଇପାରେ?” ପ୍ରଧାନମନ୍ତ୍ରୀ ଅପରେସନ୍ ସିନ୍ଦୂରକୁ ବାବା ବିଶ୍ୱନାଥଙ୍କ

ଚରଣାର୍ପିତ କରିଥିଲେ। ସେ କହିଛନ୍ତି, “ଦେଶର ଏକତାର ପ୍ରତ୍ୟେକ ଉଚ୍ଚାରଣ ଏକ ନୂତନ ଚେତନା ଜଗାଏ ଓ ଏହାଦ୍ୱାରା

ଅପରେସନ ସିନ୍ଦୂର ସଫଳ ହୁଏ। ଦେଶର 140 କୋଟି ଦେଶବାସୀଙ୍କ ଏକତା ହିଁ ଅପରେସନ୍ ସିନ୍ଦୂରର

ମୁଖ୍ୟ ଶକ୍ତି ଅଟେ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande