ନିର୍ବାଚନ କମିଶନରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ, 2 ଅଗଷ୍ଟ (ହି.ସ.)-କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାରରେ ମତଦାତା ତାଲିକାର ବିଶେଷ ଗଭୀର ପୁନଃସମୀକ୍ଷା ବିଷୟରେ ଲଗାତାର ଦ୍ୱିତୀୟ ଦିନ ଶନିବାର ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଛନ୍ତି। ସେ ଆୟୋଗର ନିରପେକ୍ଷତ
ନିର୍ବାଚନ କମିଶନରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧି


ନୂଆଦିଲ୍ଲୀ, 2 ଅଗଷ୍ଟ (ହି.ସ.)-କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାରରେ ମତଦାତା ତାଲିକାର ବିଶେଷ ଗଭୀର

ପୁନଃସମୀକ୍ଷା ବିଷୟରେ ଲଗାତାର ଦ୍ୱିତୀୟ ଦିନ ଶନିବାର ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଛନ୍ତି।

ସେ ଆୟୋଗର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ 2014 ଠାରୁ ସେ ଭାରତର ନିର୍ବାଚନ

ପ୍ରଣାଳୀ ଉପରେ ସନ୍ଦେହ କରୁଥିଲେ ଓ ଗତ କିଛି ବର୍ଷରେ ଘଟିଥିବା କିଛି ନିର୍ବାଚନ ପରିଣାମ ଏହି

ସନ୍ଦେହକୁ ଅଧିକ ଗଭୀର କରିଛି।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏଠାରେ ବିଜ୍ଞାନ ଭବନରେ ଆୟୋଜିତ କଂଗ୍ରେସର ‘ଜାତୀୟ ଆଇନ ସମ୍ମିଳନୀ’ରେ କହିଛନ୍ତି ଯେ ଗୁଜରାଟ

ବିଧାନସଭା ନିର୍ବାଚନ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ନିର୍ବାଚନରେ ଆସିଥିବା ଫଳାଫଳ ସ୍ୱାଭାବିକ ନଥିଲା।

ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନରେ ବିଜୟ ପରେ କେବଳ ଚାରି ମାସ ମଧ୍ୟରେ ବିଧାନସଭା

ନିର୍ବାଚନରେ କଂଗ୍ରେସ ଓ ତାଙ୍କର ମିତ୍ର ଦଳ ହାରିଗଲେ, ଯାହା ସାଧାରଣ ଘଟଣା ନୁହେଁ। ଏହି ମାମଲାରେ କଂଗ୍ରେସ ଗଭୀର ତଦନ୍ତ

କଲା ଓ ମହାରାଷ୍ଟ୍ରରେ କିଛି ଏମିତି ପ୍ରମାଣ ମିଳିଛି ଯେ, ଭୋଟର ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande