ନୂଆଦିଲ୍ଲୀ, 2 ଅଗଷ୍ଟ (ହି.ସ.)-ଜମ୍ମୁ-କାଶ୍ମୀରର
କୁଲଗାମ ଜିଲ୍ଲାର ଅଖଲ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଅପରେସନ୍ରେ ସେନା ବଡ଼
ସଫଳତା ହାସଲ କରିଛି। ଏକ ଗୁଳିବିନିମୟରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହି ଅଞ୍ଚଳରେ
ଏବେ ବି ଦୁଇରୁ ତିନିଜଣ ଆତଙ୍କବାଦୀ ଲୁଚିଥିବା ଆଶଙ୍କା ଅଛି ଏବଂ ସେମାନଙ୍କୁ ତଲାସ କରାଯାଉଛି।
ଭାରତୀୟ ସେନାର ଚିନାର
କର୍ପ୍ସ ତାଙ୍କର ଏକ୍ସ ପୋଷ୍ଟରେ ଜଣାଇଛି ଯେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସ ଓ ସିଆରପିଏଫର ମିଳିତ ଟିମ୍ ଦକ୍ଷିଣ କାଶ୍ମୀରର ଜଙ୍ଗଲ ଅଞ୍ଚଳରେ
ଆତଙ୍କବାଦୀଙ୍କ ଉପସ୍ଥିତି ସନ୍ଦେହରେ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି । ଏହି
ସମୟରେ ଆତଙ୍କବାଦୀମାନେ ଗୁଳିବର୍ଷା କରିଥିଲେ, ଯାହାର ପ୍ରତିଉତ୍ତରରେ ସୁରକ୍ଷାବାହିନୀ ଜଣେ ଆତଙ୍କବାଦୀଙ୍କୁ ମାରିଛନ୍ତି। ଏହି ଅପରେସନ୍
ଏବେ ବି ଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା