କୁଲଗାମ ଗୁଳି ବିନିମୟରେ ଦ୍ୱିତୀୟ ଆତଙ୍କୀ ନିହତ, ସେନାର ଅଭିଯାନ ଜାରି
ଜମ୍ମୁ, 2 ଅଗଷ୍ଟ (ହି.ସ.)-ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ବନାଞ୍ଚଳରେ ଚାଲିଥିବା ଗୁଳିବିନିମୟରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହାକୁ ମିଶାଇ ମୃତ ଆତଙ୍କବାଦୀ ସଂଖ୍ୟା 2ରେ ପହଂଚିଛି । ଶନିବାର ଦିନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ସଂଧ୍
କୁଲଗାମ ଗୁଳି ବିନିମୟରେ ଦ୍ୱିତୀୟ ଆତଙ୍କୀ ନିହତ, ସେନାର ଅଭିଯାନ ଜାରି


ଜମ୍ମୁ, 2 ଅଗଷ୍ଟ (ହି.ସ.)-ଦକ୍ଷିଣ କାଶ୍ମୀରର କୁଲଗାମ

ଜିଲ୍ଲାର ଅଖଲ ବନାଞ୍ଚଳରେ ଚାଲିଥିବା ଗୁଳିବିନିମୟରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହାକୁ

ମିଶାଇ ମୃତ ଆତଙ୍କବାଦୀ ସଂଖ୍ୟା 2ରେ ପହଂଚିଛି । ଶନିବାର ଦିନ ଅଧିକାରୀମାନେ

ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ସଂଧ୍ୟା ସମୟରେ ସୁରକ୍ଷା ବଳର ଏକ ମିଳିତ ଟିମ ଆତଙ୍କବାଦୀ

ଉପସ୍ଥିତି ସଂପର୍କରେ ସୂଚନା ପାଇବା ପରେ ଏହି ଅଞ୍ଚଳକୁ ଘେରି ତଲାଶି ଅଭିଯାନ ଆରମ୍ଭ କରିଥିଲେ।ପ୍ରଥମେ

ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏବେ ଆଉ ଜଣେ ନିହତ ହୋଇଛି । ଏହି ଅଭିଯାନ ଏବେ ବି

ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande