ଜୟପୁର, ୨୫ ଅଗଷ୍ଟ (ହି.ସ.) - ଜୟପୁର ଟାଉନ ଥାନା ସଦର ଥାନା ତରଫରୁ ଆମ ପୋଲିସ ସମିତି ବୈଠକ ଆଜି ଅନୁଷ୍ଠିତ ହୋଇଛି । ଜୟପୁର ଟାଉନ ଥାନା ତରଫରୁ ଲିଙ୍ଗରାଜ ନଗରରେ ଓ ଘିଉରି ଗ୍ରାମରେ ସଦର ପୋଲିସ ତରଫରୁ ବୈଠକ ଆୟୋଜନ କରାଯାଇଥିଲା । ବୈଠକରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ସ୍ଥାନୀୟ ଅଂଚଳର ବୁଦ୍ଧୀଜୀବି ଉପ ସ୍ଥିତ ରହି ଚୋରି ରୋକିବା ସହ ପେଟ୍ରୋଲିଂକୁ କଡା କଡି କରିବା ଆଦି ଦାବି କରାଯାଇଥିଲା। ସାଇବର କ୍ରାଇମ, ଟ୍ରାଫିକ ସମସ୍ୟା ସହର ଓ ଗ୍ରମାଂଚଳରେ ମଦ କାରବାର କୁ ରୋକିବା, ନାବାଳାକ ମାନେ ବାଇକ ଚଲାଇବା ଉପରେ ରୋକ ଲଗାଇବା, ସହରର ଦ୍ରୁତ ବେଗରେ ବାଇକ ଚଳାଉଥିବା ଚାଳକ ଉପରେ କାଯ୍ୟାନୁଷ୍ଠାନ, ଚୋରି, ଲୁଟ ଅପରାଧକୁ ନିୟନ୍ତ୍ରଣ କରିବା ପାଇ ସଚେତନ ହେବା ଆଦି ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ସାଇବର କ୍ରାଇମ ଉପରେଆଲୋଚନା କରାଯାଇଥିଲା। ଅଜଣା ଲୋକର କଲ ଆସିଲେ କୌଣସି ଗୁରୁତ୍ୱପୂର୍ଣ୍ଣ ନମ୍ବର ନଦେବା, ଓଟିପି ନମ୍ବର କାହାକୁ ନଦେବା, ଅପରଚିତ ଲୋକ ଙ୍କ ଫୋନ ରିସିଭ ନକରିବାକୁ ପୋଲିସ ତରଫରୁ ସଚେତନତା କରାଯାଇଥିଲା । ଏହା ସହ ବାଇକ ଚଲାଇବା ସମୟରେ ହେଲମେଟ ବ୍ୟବହାର କରିବା ସହ ଘର ଭଡା ରହିବା ଲୋକ କାଗଜ ପତ୍ର ରଖିବା ସହ ପୋଲିସକୁ ମଧ୍ୟ ସୁଚନା ଦେବାକୁ ସଚେତନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି