ବୈତରଣୀ ବନ୍ୟାରେ ଧାମନଗର ଉବୁଟୁବୁ, ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ, ରନ୍ଧାଖାଦ୍ୟ ଯୋଗାଇଲା ପ୍ରଶାସନ
ଭଦ୍ରକ, ୨୫ ଅଗଷ୍ଟ (ହି.ସ.)- ଦୁଇଦିନ ହେବ ଧାମନଗରରେ ବନ୍ୟା ବିଭୀଷିକା ଜାରି ରହିଛି। ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟି, କୋଚିଳା ରେ ବନ୍ୟା ଯୋଗୁଁ ବ୍ଲକର ଆନନ୍ଦପୁର, ଖଡ଼ିପଦା, ସୋହଡ଼ା, କରଦା, ଦଳାଙ୍ଗ, ପଧାନି, ଅର୍ଜୁନପୁର, ଭଟ୍ଟସାହି, ନଦୀଗାଁ, ଧୁଷୁରୀ, ହସନାବାଦ ଓ ପାଳସାହି ପଂଚାୟତର ବିଭିନ୍ନ
BAITARANI BANYA RE DHAMNAGAR UBU TUBU


ଭଦ୍ରକ, ୨୫ ଅଗଷ୍ଟ (ହି.ସ.)- ଦୁଇଦିନ ହେବ ଧାମନଗରରେ ବନ୍ୟା ବିଭୀଷିକା ଜାରି ରହିଛି। ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟି, କୋଚିଳା ରେ ବନ୍ୟା ଯୋଗୁଁ ବ୍ଲକର ଆନନ୍ଦପୁର, ଖଡ଼ିପଦା, ସୋହଡ଼ା, କରଦା, ଦଳାଙ୍ଗ, ପଧାନି, ଅର୍ଜୁନପୁର, ଭଟ୍ଟସାହି, ନଦୀଗାଁ, ଧୁଷୁରୀ, ହସନାବାଦ ଓ ପାଳସାହି ପଂଚାୟତର ବିଭିନ୍ନ ଗାଁ ଜଳମଗ୍ନ ହୋଇଛି। ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି ଅର୍ଜୁନପୁର , ପଧାନି ଓ ହସନାବାଦ ପଂଚାୟତ। ୩ ପଂଚାୟତର ଅର୍ଦ୍ଧାଧିକ ଗାଁରେ ଘର ଭିତରେ ପାଣି ପଶିଯାଇଛି। ବାଟେ ବୈତରଣୀ ଓ କୋଚିଳା ର ତଳ ଆଡୁ ବନ୍ୟାଜଳ ଆସିବା ଯୋଗୁଁ ହସନାବାଦ, ଗୋପବନ୍ଧୁନଗର, ଅସ୍ତକ, ପଙ୍ଗଟା , ଅନଳଡିହ, ବାଲିପାଟନା, ଅର୍ଜୁନପୁର ଆଦି ଗାଁରେ ଘର ଭିତରେ ପାଣି ପଶିଛି। ଫଳରେ ଲୋକମାନେ ରୋଷେଇବାସ କରି ପାରିନାହାନ୍ତି। ଗରିବ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରେ ଯାଇ ରହିଛନ୍ତି। ଗୃହ ପାଳିତ ପଶୁଙ୍କ ନଦୀବନ୍ଧ ଓ ଉଚ୍ଚା ସ୍ଥାନକୁ ନେଇ ବାନ୍ଧିଛନ୍ତି। ଧାମନଗର ବିଡିଓ ବନବିହାରୀ ଦିନ୍ଦା, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ ଏବଂ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ପାୱାର ବୋଟ୍ ନେଇ ବନ୍ୟାଂଚଳ ବୁଲି ଅନୁଧ୍ୟାନ କରିଛନ୍ତି। ଗେଙ୍ଗୁଟି ନଦୀ ର ବନ୍ୟା ଜଳ କାଞ୍ଜିଆପାଳ ଗାଇଛନ୍ଦା, ମଠମାହାରା ଓ କନକେଇ ଏସକେପ ଯୋଗେ ଗାଁ ଭିତରେ ବନ୍ୟା ପାଣି ପଶିଛି। ଖଡ଼ିପଦା ପଂଚାୟତର କାଞ୍ଜିଆପାଳ ଓ କମଳପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି। ଦୁଇ ଗାଁର ପ୍ରାୟ ୧୫୦ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଖଡ଼ିପଦା ଓ ଆନନ୍ଦପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ପାଳସାହି ପଂଚାୟତ ର ବୈତରଣୀ ନଦୀ ର ଗଡଗଡି ଠାରେ ନଦୀବନ୍ଧ ବୁଡ଼ି ବନ୍ୟା ପାଣି ବାହାରିବା ଫଳରେ ଲୋକ ମାନେ ଭୟଭୀତ ଅବସ୍ଥା ରେ ଅଛନ୍ତି। ଏହି ବନ୍ୟା ରେ ଗୋପବନ୍ଧୁ ନଗର - ହସନାବାଦ, ଅସ୍ତକ - ଅନଳଡିହ ରାସ୍ତା ରେ ବନ୍ୟା ଜଳ ପ୍ରବାହୀତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହେଇଛି।ପ୍ରଶାସନ ପକ୍ଷରୁ ଅର୍ଜୁନପୁର, ହସନାବାଦ, ପଧାନି, ସୋହଡା, ଖଡ଼ିପଦା ପଂଚାୟତ ର ୨୨ ଟି ସ୍ଥାନ ରେ ରନ୍ଧା ଖାଦ୍ୟ ବିପନ୍ନ ଙ୍କୁ ଦିଆଯାଉଛି। ଖୁବ ଶୀଘ୍ର ଗୋଖାଦ୍ୟ ଯୋଗାଇ ଦିଆଯିବ ବୋଲି ବିଡ଼ିଓ କହିଛନ୍ତି । ତେବେ ବୈତରଣୀ ନଦୀର ବନ୍ୟାଜଳ କମୁଥିଲେ ମଧ୍ୟ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ତେବେ ସୋମବାର ସକାଳେ ପଧାନି ପଂଚାୟତ ର ୯ ନମ୍ବର ୱାର୍ଡ ର ସଇଲୋ ଠାରେ ବନ୍ୟା ଜଳ ମାଡ଼ିଯିବା ଦ୍ୱାରା ବୃଦ୍ଧ ଦୁଃଶାସନ ପାତ୍ର ଓ ତାଙ୍କ ସ୍ତ୍ରୀ ଜାନକୀ ପାତ୍ର ବନ୍ୟା ଘେର ରେ ରହିଯାଇଥିଲେ ।ଖବର ପାଇ ପଧାନି ପଂଚାୟତ ର ସରପଂଚ ଅଶୋକ କୁମାର ପୁହାଣ ଓ ତାଙ୍କ ସହଯୋଗୀ ଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାରକରୀ ତାଙ୍କର ସମ୍ପର୍କୀୟ ଙ୍କ ଘର କୁ ଅଟୋ ଯୋଗେ ପଠାଇ ଥିଲେ । ସରପଂଚ ଙ୍କ ଏପରି ମାନବିକତା ଯୋଗୁଁ ସ୍ଥାନୀୟ ଅଂଚଳ ବାସୀ ସରପଂଚ ଙ୍କ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande