ଭାରତୀ କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟ କର୍ମଶାଳା
ସମ୍ବଲପୁର, ୨୫ ଅଗଷ୍ଟ (ହି.ସ.) - ବୁର୍ଲା ଭାରତୀ କଳା ବିକାଶ କେନ୍ଦ୍ର ସଙ୍ଗୀତ ଶିକ୍ଷାନୁଷ୍ଠାନ ପରିସରରେ ଏକ ଦୁଇ ଦିନିଆ ଓଡିଶୀ ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଗାଂଦ୍ଧର୍ବ ମହାବିଦ୍ୟାଳୟ, ମୁମ୍ବାଇ ର ପାଠ୍ୟକ୍ରମ କମିଟିର ଅଧ୍ୟକ୍ଷ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଡ଼. ମନୋଜ କୁମାର ବେହେରାଙ୍କ
ଭାରତୀ କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟ କର୍ମଶାଳା


ଭାରତୀ କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟ କର୍ମଶାଳା


ସମ୍ବଲପୁର, ୨୫ ଅଗଷ୍ଟ (ହି.ସ.) - ବୁର୍ଲା ଭାରତୀ କଳା ବିକାଶ କେନ୍ଦ୍ର ସଙ୍ଗୀତ ଶିକ୍ଷାନୁଷ୍ଠାନ ପରିସରରେ ଏକ ଦୁଇ ଦିନିଆ ଓଡିଶୀ ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଗାଂଦ୍ଧର୍ବ ମହାବିଦ୍ୟାଳୟ, ମୁମ୍ବାଇ ର ପାଠ୍ୟକ୍ରମ କମିଟିର ଅଧ୍ୟକ୍ଷ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଡ଼. ମନୋଜ କୁମାର ବେହେରାଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ଓଡିଶୀ ବହୁସଂଖ୍ୟକ ନୃତ୍ୟଶିଳ୍ପୀ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କଳା ବିକାଶ କେନ୍ଦ୍ରର ସଭାପତି ତଥା ହୀରାକୁଦ ମୁଖ୍ୟବନ୍ଧ ର ଅଧିକ୍ଷଣ ଯନ୍ତ୍ରୀ ଇଂ ଶୁଭ୍ରାଂଶୁ ଦ୍ୱିବେଦୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦଯାପନୀ ଉର୍ତ୍ସବରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ସୁଧୀର କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ବିତରଣ କରିଥିଲେ। କାର୍ଯ୍ୟକ୍ରମର ମାର୍ଗଦର୍ଶକ ଗୁରୁ ମନୋଜ କୁମାର ବେହେରା ଓଡ଼ିଶୀ ନୃତ୍ୟ ଶୈଳୀ ଓ ବିଭିନ୍ନ ମୁଦ୍ରା ସମ୍ପର୍କରେ ନୃତ୍ୟ ଶିଳ୍ପୀ ଓ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। କଳା ବିକାଶ କେନ୍ଦ୍ର ର ସମ୍ପାଦକ ନିରଞ୍ଜନ ପଟ୍ଟନାୟକ, ଗୁରୁ ସତ୍ୟବ୍ରତ ସାହୁ ଗୁରୁ ଫଗୁନ ଶେଠଙ୍କ ପରିଚାଳନାରେ କାର?୍ୟ୍ୟ କ୍ରମଟି ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷା ଶାନ୍ତିଲତା ବେହେରା, ଉପଦେଷ୍ଟା ରଞ୍ଜୀତ କୁମାର ପଟ୍ଟନାୟକ, ଉପସଭାପତି ଲକ୍ଷ୍ମୀଧର ମହାନ୍ତି, ଓଡିଶୀ ଗୁରୁ ଶିବ ଶଙ୍କର ମେହେର ଗୁରୁ ପୂଜା ପରମିତା ସାହୁ, ଗୁରୁ ସୁପ୍ରସ୍ନା ଦାସ,ଗୁରୁ ଗଜେନ୍ଦ୍ର ବଗାର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ ରଶ୍ମିରଞ୍ଜନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande