ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ ମାମଲାରେ ବାଇକ ଚାଳକ ଅଦାଲତ ଚାଲାଣ
କୋରେଇ, ୨୫ଅଗଷ୍ଟ(ହି.ସ.) - ପାଣିକୋଇଲି ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ଷଠିପୁର ନିକଟରେ ଗତ ୧୬ ତାରିଖ ରାତି ୨ଟାରେ ଦୁର୍ଘଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କର ଯାଜପୁର ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ପୁଲିସ ପହଂଚି ଶବ ବ୍ୟବଚ୍ଛ୍ୟେଦ କରି ପରିବାରକୁ ହସ୍ତା
ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ ମାମଲାରେ ବାଇକ ଚାଳକ ଅଦାଲତ ଚାଲାଣ


କୋରେଇ, ୨୫ଅଗଷ୍ଟ(ହି.ସ.) - ପାଣିକୋଇଲି ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ଷଠିପୁର ନିକଟରେ ଗତ ୧୬ ତାରିଖ ରାତି ୨ଟାରେ ଦୁର୍ଘଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କର ଯାଜପୁର ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ପୁଲିସ ପହଂଚି ଶବ ବ୍ୟବଚ୍ଛ୍ୟେଦ କରି ପରିବାରକୁ ହସ୍ତାନ୍ତର କରିଥିଲ।। । ପ୍ରକାଶଯେ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ବରୁଣାଇପଦା ଠାରେ ଥିବା ବାବା ଚନ୍ଦ୍ରଶେଖର ରାଇସ ମିଲର ସିକ୍ୟୁରିଟ ଭାବେ କାର୍ଯ୍ୟ କରୁଥିବା ଯାଜପୁର ଥାନା ଅନ୍ତର୍ଗତ ତରତୋଟା ଗ୍ରାମର ଭଜହରି ଦାଶଙ୍କ ପୁଅ ପ୍ରଶାନ୍ତ ଦାଶ (୪୫) ସିକ୍ୟୁରିଟ ଭାବେ କାର୍ଯ୍ୟକରେ । ଶୁକ୍ରବାର ରାତି ୨ଟା ବେଳେ କାର୍ଯ୍ୟସାରି ଏକ ସ୍କୁଟି ( ଓଡି୨୨ବି ୧୩୯୫) ଯୋଗେ ଘରକୁ ଫେରୁଥିବା ବେଳେ ଷଠିପୁର ନିକଟରେ ଏକ ପଲସର ବାଇକ ( ଓଡି୦୫ସିଏ ୪୬୬୪) ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରଶାନ୍ତ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠଠାଇଥିଲେ । ଚିକତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବଡଭାଇ ପ୍ରଶ୍ନ ଥାନାରେ ଲିଖିିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୨୭୩/୨୫ ରୁଜ୍ଜୁ କରି ପରିବାରକୁ ଶବ ହସ୍ତାନ୍ତର କରିଥିଲା । ଏହାର ତଦନ୍ତ ଚାଲୁ ରହିଥିବା ବେଳେ ପଳସର ଆରେହୀ ବଡଚଣା ଥାନା ଅନ୍ତର୍ଗତ ବଡଘୁମୁରୀ ଗ୍ରାମର ଇଶ୍ୱର ମହାନ୍ତିଙ୍କ ପୁଅ ଦୀପକ କୁମାର ମହାନ୍ତି (୩୫)କୁ ଗିରଫ ପୁଲିସ ଆଜି ଅଦାଲତ ଚାଲାଣ କରିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande