ବୋଲଗଡ଼ କୁ ଏନସି ଦାବିରେ ୬ଘଣ୍ଟିଆ ବୋଲଗଡ ବନ୍ଦ
Odisha, 25 ଅଗଷ୍ଟ (ହି.ସ.) ଖୋର୍ଦ୍ଧା,ବୋଲଗଡ଼କୁ ବିଧିବଦ୍ଧ ଭାବେ ରାଜ୍ୟ ସରକାର ଏନଏସି ଘୋଷଣା ପାଇଁ ଦାବି କରି ସୋମବାର ବୋଲଗଡ଼ ଛଅ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୋଲଗଡ଼କୁ ଏନଏସି ଘୋଷଣା ପାଇଁ ବୋଲଗଡ ବାସିନ୍ଦାଙ୍କ ପକ୍ଷରୁ ସ୍ଥାନୀୟ ବିଡିଓଙ
ବୋଲଗଡ଼


Odisha, 25 ଅଗଷ୍ଟ (ହି.ସ.)

ଖୋର୍ଦ୍ଧା,ବୋଲଗଡ଼କୁ ବିଧିବଦ୍ଧ ଭାବେ ରାଜ୍ୟ ସରକାର ଏନଏସି ଘୋଷଣା ପାଇଁ ଦାବି କରି ସୋମବାର ବୋଲଗଡ଼ ଛଅ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୋଲଗଡ଼କୁ ଏନଏସି ଘୋଷଣା ପାଇଁ ବୋଲଗଡ ବାସିନ୍ଦାଙ୍କ ପକ୍ଷରୁ ସ୍ଥାନୀୟ ବିଡିଓଙ୍କୁ ଦାବିପତ୍ର

ପ୍ରଦାନ କରାଯାଇଛି l ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବୋଲଗଡ଼ର ସମସ୍ତ ବଜାର ଅଞ୍ଚଳ ବନ୍ଦ ରହିଥିଲା l ଏଥିରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସମେତ ବୋଲଗଡ଼ ଏନଏସି ଦାବି କ୍ରିୟାନୁଷ୍ଠା କମିଟି,ବୋଲଗଡ଼ ଉନ୍ନୟନ ପରିଷଦ, ବଣିକ ସଂଘ,ବରିଷ୍ଠ ନାଗରିକ ମଞ୍ଚ, ଓକିଲ ସଂଘ, ପୂଜ୍ୟପୂଜା ସମିତି ଆଦି ବିଭିନ୍ନ ସଂଗଠନର ସଦସ୍ୟ, ପଞ୍ଚାୟତ ପ୍ରତିନିଧି, ବୋଲଗଡର ବିଭିନ୍ନ ଗ୍ରାମପଞ୍ଚାୟତର ମୂଖିଆ ଯୋଗ ଦେଇ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ବୋଲଗଡ଼ ବିଡିଓ ଦାୟିତ୍ୱରେ ଥିଵା ବିଜୟ କୁମାର ସେଠୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l ସୁଚନା ମୁତାବକ ବୋଲଗଡ଼ ଏନଏସି ମାନ୍ୟତା ପ୍ରାପ୍ତ ନିମନ୍ତେ ସରକାରଙ୍କ ନିୟମର ସର୍ତ୍ତ ପୂରଣ କରୁଥିବାର ଦାବି ହେଉଥିବା ବେଳେ କେଉଁ ଆଧାରକୁ ଭିତ୍ତିକରି ଏନଏସି ମାନ୍ୟତା ଦେବାରେ ଟାଳଟୁଳ ନୀତି ଦେଖା ଦେଇଛି ତାହା ବୋଲଗଡ଼ ଜନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଆନ୍ଦୋଳନକାରୀ କହିଛନ୍ତି l ବିଗତ ସରକାର ସମୟରେ ବିଧାନସଭାର ପ୍ରଶ୍ନକାଳରେ ବୋଲଗଡ଼କୁ ଏନଏସିର ମାନ୍ୟତାକୁ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ସ୍ୱୀକାର କରିଥିଲେ।

---------------

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande