ଭୁବନେଶ୍ୱର,୨୫ ଅଗଷ୍ଟ (ହି.ସ.)- ଉଦୟ ନାରାୟଣ ଦାସ, ମିହିର ପ୍ରଶାଦ ମିଶ୍ର ଏବଂ ମନୋଜ କୁମାର ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗରେ ସଦସ୍ୟ ପଦବୀରେ ନିଯୁକ୍ତି ଦେବା ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଂଜୁର କରିଛି।
ଉଦୟ ନାରାୟଣ ଦାସ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ ରହିଥିଲେ। ସେହିପରି ମିହିର ପ୍ରଶାଦ ମିଶ୍ର ପୁରୀ ଏସ.ସି.ଏସ (ସ୍ୱୟଂଶାସିତ) ମହାବିଦ୍ୟାଳୟର ଅଧ୍ୟକ୍ଷ ଅଛନ୍ତି ଏବଂ ମନୋଜ କୁମାର ମହାନ୍ତି, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ଅଟନ୍ତି। ରାଜ୍ୟ କ୍ୟାବିନେଟ ଆଜିର ବୈଠକରେ ଲୋକସେବା ଆୟୋଗରେ ଉପରୋକ୍ତ ସଦସ୍ୟଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା