ଚମ୍ପୁଆ, ୨୫ ଅଗଷ୍ଟ(ହି.ସ.) – ଚମ୍ପୁଆ - ମୟୁରଭଞ୍ଜ ସୀମାନ୍ତ ବୈତରଣୀ ନଦୀ ଫଗୁ ପୋଲ ନିକଟରୁ ମୂର୍ମୁଷୁ ଅବସ୍ଥା ରେ ଜଣେ ମହିଳା ଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ରେ ଜଣେ ମହିଳା ଫଗୁ ପୋଲ ତଳେ ପଡିଥିବା ନେଇ ସୂଚନା ମିଳିଥିଲା। ମହିଳା ଜଣକ ମୟୁରଭଞ୍ଜ ପଟକୁ ବୈତରଣୀ ନଦୀ କୂଳ ରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ। ଖବର ପାଇ ଚମ୍ପୁଆ ପୁଲିସ୍ ଘଟଣା ସ୍ଥଳରେ ପହଂଚି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ ଯୁବତୀ ଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ଯୁବତୀ ଙ୍କ ପରିଚୟ ଯୋଡା ଥାନା ବିଲେଇପଦାର ୰ ବିଶ୍ୱନାଥ ମୁଣ୍ଡା ଙ୍କ ସ୍ତ୍ରୀ ମାନି ମୁଣ୍ଡା (୪୩) ବୋଲି ଜଣାପଡିଛି। ଯୁବତୀଙ୍କ କହିବା ଅନୁଯାୟୀ ସେ ଆଜି ସକାଳୁ ଘରୁ ବାହାରି ଚମ୍ପୁଆ ଆସି ବସ ରେ ଯଶିପୁର ଯାଇଥିଲେ । ସେଠାରୁ ଫେରିବା ବେଳେ ଫଗୁ ପୋଲ ନିକଟରେ ବସ ରୁ ଓହ୍ଲାଇ ପଡିଥିଲେ। ତେବେ ଆତ୍ମହତ୍ୟା କରିବାର ଉଦ୍ଦେଶ୍ୟ ନେଇ ସେ ଫଗୁ ପୋଲ ନିକଟରେ ଓହ୍ଲାଇଥିବା କହିଛନ୍ତି। ଓହ୍ଲାଇବା ପରେ ସେ ପୋଲ ଉପରୁ ନଦୀକୁ ଡେଇଁ ପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ସମ୍ପର୍କରେ କିଛି କହିନଥିବାବେଳେ ବଂଚିବାର ଇଚ୍ଛା ନ ଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta