ବିଶାଳପାଳିରେ କଂଗ୍ରେସ କର୍ମୀ ସମ୍ମିଳନୀ,ଅଭିଜ୍ଞତା ଥିବା ବ୍ୟକ୍ତି ଙ୍କୁ ସଭାପତି ଦାୟିତ୍ଵ ଦିଆ ଯାଉ
ସୁବର୍ଣ୍ଣପୁର, 25 ଅଗଷ୍ଟ (ହି.ସ.) ବିନିକା ବ୍ଲକ ଅନ୍ତର୍ଗତ ବିଶାଳ ପାଲି ଠାରେ ବିନିକା ବ୍ଲକ କଂଗ୍ରେସ ତରଫରୁ ବିରାଟ କର୍ମୀ ସମ୍ମିଳନୀ ବ୍ଲକ ସଭାପତି ରବୀନ୍ଦ୍ର ହୋତାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଲକର ୧୬ଗୋଟି ପଞ୍ଚାୟତର କଂଗ୍ରେସ କର୍ମୀ ଯୋଗଦେଇଥିଲେ ।ଆଗାମୀ ଦିନରେ ପ୍ରଦେଶ କଂଗ୍ରେ
ବିଶାଳପାଳିରେ କଂଗ୍ରେସ କର୍ମୀ ସମ୍ମିଳନୀ,ଅଭିଜ୍ଞତା ଥିବା ବ୍ୟକ୍ତି ଙ୍କୁ ସଭାପତି ଦାୟିତ୍ଵ ଦିଆ ଯାଉ


ସୁବର୍ଣ୍ଣପୁର, 25 ଅଗଷ୍ଟ (ହି.ସ.)

ବିନିକା ବ୍ଲକ ଅନ୍ତର୍ଗତ ବିଶାଳ ପାଲି ଠାରେ ବିନିକା ବ୍ଲକ କଂଗ୍ରେସ ତରଫରୁ ବିରାଟ କର୍ମୀ ସମ୍ମିଳନୀ ବ୍ଲକ ସଭାପତି ରବୀନ୍ଦ୍ର ହୋତାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଲକର ୧୬ଗୋଟି ପଞ୍ଚାୟତର କଂଗ୍ରେସ କର୍ମୀ ଯୋଗଦେଇଥିଲେ ।ଆଗାମୀ ଦିନରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ବିଭିନ୍ନ ସାଂଗଠାନିକ ପଦ ପଦବୀରେ ଦକ୍ଷତା ସମ୍ପନ୍ନ ବ୍ୟକ୍ତିଙ୍କୁ ଅଧିଷ୍ଠିତ କରିବାର ରହିଥିବାରୁ ଉକ୍ତ ସମ୍ବିଲନୀ ଗୁରୁତ୍ତ୍ୱପୂର୍ଣ୍ଣ ରହିଥିଲା ବିନିକା କଂଗ୍ରେସ ଦଳର ବ୍ଲକ ସଭାପତି ଦାୟିତ୍ୱରେ ଥିବା ରବୀନ୍ଦ୍ର ହୋତା ୨୦୨୦ମସିହା ଠାରୁ ଠିକ ଭାବରେ ଦାୟିତ୍ଵ ନିର୍ବାହ କରି କର୍ମୀଙ୍କ ସହିତ ରୀତିମତ ଯୋଗାଯୋଗ ଓ ସାଧାରଣ ଲୋକଙ୍କ ସହିତ ସୁ ସମ୍ପର୍କ ରଖି ଆସୁଥିବାରୁ ଦଳ ଆଗକୁ ବଢିବାରେ ଲାଗିଛି ତେଣୁ ପୁଣିଥରେ ରବୀନ୍ଦ୍ର ହୋତାଙ୍କୁ ବ୍ଲକ ସଭାପତି ଦାୟିତ୍ୱରେ ଚୟନ କରିବାକୁ ଉପସ୍ଥିତ ସମସ୍ତ କର୍ମୀ ଯୋଗଦେଇଥିବା ପର୍ଯ୍ୟବେକ୍ଷକ ଦିଲ୍ଲୀପ ଦୁରିଆ ଙ୍କ ଠାରେ ଦାବୀ କରି ଏକ ଦାବୀ ପତ୍ର ପ୍ରଦାନ କରାଯାଇ ଥିଲା।ଅନୁଷ୍ଠିତ ଏହି ସମ୍ବିଲନିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିନୋଦ ପାତ୍ର,ବରିଷ୍ଟ କଂଗ୍ରେସ ନେତା ସନ୍ତୋଷ ପଣ୍ଡା,ସଂଗ୍ରାମ କେଶରୀ ନାୟକ,ପ୍ରିୟବ୍ରତ ସାହୁ,ସୁଧୀର ପଣ୍ଡା,ନରେନ୍ଦ୍ର ସାହୁ,ମଞ୍ଜୁଲତା ମହାନନ୍ଦ,ଜୟ ନାରାୟଣ ନାଏକ,ସୁରଥ ପ୍ରଧାନ,କୃଷ୍ଣ ପ୍ରଧାନ,ସୁବ୍ରତ ପାତ୍ର,ଭାଗିରଥି ବଗର୍ତ୍ତି,ପାଣ୍ଡବ ଭୋଇ,ପ୍ରକାଶ ମହାନନ୍ଦ,ରଶ୍ମି ରଞ୍ଜନ,ବିଜୟ ଭୋଇ,ଶ୍ରୀନିବାସ ଖମାରୀ,ରାମଦୂଲ୍ ମହାନନ୍ଦ ପ୍ରମୁଖ କଂଗ୍ରେସର ନୀତି, ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମସ୍ତେ ଏକଜୁଟ ହୋଇ ଲଡ଼ିବାକୁ କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande