Bhubaneswar, 25 ଅଗଷ୍ଟ (ହି.ସ.)
ଜୟପୁର
ସ୍ବାୟତ୍ତଶାସନ ଦିବସ ଉପଲକ୍ଷେ ଆଜି ସ୍ଥାନୀୟ ସିଟି ହାଇସ୍କୁଲରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ପୌର ପାଳିକା ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଵାର ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ। ୧୫୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅ˚ଶ ଗ୍ରହଣ କରିଥିଲେ। ବରିଷ୍ଠ ବିଭାଗ ବକୃତା ପ୍ରତିଯୋଗିତାରେ ଅରବିନ୍ଦ ନଗର ଶିଶୁ ମନ୍ଦିରର ରୁଚି ପାଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଶିଶୁମନ୍ଦିର ସାରଦାବିହାରର ତିତିକ୍ଷା ମିଶ୍ର ଦ୍ବିତୀୟ, ଓ ବିଗ୍ୟାନ ବିଦ୍ୟାଳୟର ରିତିଜା ରିୟାଶ୍ରୀ ସୁବୁଦ୍ଧୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବକୃତା ପ୍ରତିଯୋଗିତାର କନିଷ୍ଠ ବର୍ଗରେ ସର କାରୀ ବାଳିକା ବିଦ୍ୟାଳୟରେ ସୁମିତ୍ରା ପଣ୍ତା ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାରଦା ବିହାରର ପ୍ରତୀକ୍ଷା ପ୍ରଧାନ ଦ୍ବିତୀୟ ଓ ମଡର୍ଣ୍ଣ ଇ˚ରାଜୀ ବିଦ୍ୟାଳୟର ପ୍ରିୟା˚ଶୀ ପଣ୍ତା ତୃତୀୟ ସ୍ଥନ ଅଧିକାର କରିଥିଲେ। ସେହିପରି ଆର୍ଟ ଏଣ୍ତ କ୍ରାଫ୍ଟ୍ରେ କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରୀକୃତି ତ୍ରିପଆଠୀ ପ୍ରଥମ,ଏକ୍ସ ବୋର୍ଡ ମୋହମ୍ମଦ ବିଦ୍ୟାଳୟର ଫୌଜିଆ ଫାତମା ଦ୍ବିତୀୟ ଓ ସୁନାରୀ ସାହି ପ୍ରାଥମିକ ବିଦ୍ୟାଳୟର ପି. ୟିଶିତା ଓ ସିଟି ଇ˚ରାଜୀ ବିଦ୍ୟାଳୟର ଆଭାଶ୍ରୀ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସିଟି ଇ˚ରାଜୀ ବିଦ୍ୟାଳୟର ଦେବାଶି˚ ପଟ୍ଟନାୟକ ଓ ପବ୍ଲିକ ବିଦ୍ୟାଳୟର ଆୟୁଶ ରଥଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। କୁଇଜ ପ୍ରତିଯୋଗୀତାରେ ବିକ୍ରମଦେବ ବିଶ୍ବ୍ବବିଦ୍ୟାଳୟର କ୍ରିଷ୍ଣା ସଗରିଆ ପ୍ରଥମ, ଅରୁଣ ମିଶ୍ର ଦ୍ବିତୀୟ,ମଡର୍ଣ୍ଣ ବିଦ୍ୟାଳୟର ସ୍ବାଭିମାନ ସ୍ବାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି. ସୁନିତାଙ୍କ ସହା କାଉନସିଲର ମାନେ ଉପସ୍ଥିତ ଥିଲେ। ପୌରକାର୍ଯ୍ୟାଳୟର ସତ୍ୟନାରାୟଣ ପାତ୍ର, ସାରଦା ସି˚, ସୁବାଶ ଜେନା, ସସ୍ମିତା ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି