କୂଳ ଲଘିଂଲା ବୈତରଣୀ, ୪ ପଂଚାୟତରେ ବନ୍ୟା ସ୍ଥିତି ଗମ୍ଭୀର, ଦୋହରା ଗାଁ ପାର୍ଶ୍ୱରେ ନଦୀକୁ ଧସିଲା ୮୦ଫୁଟର ସୁରକ୍ଷା ବନ୍ଧ
ଭଦ୍ରକ, ୨୫ ଅଗଷ୍ଟ (ହି.ସ.)- ଭଦ୍ରକ ଆଖୁଆପଦା ଆନିକଟରେ ଦୁଇ ଦୁଇ ଥର ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଗମ୍ଭିର ହେବା ସହ ପ୍ରଥମେ ଧାମନଗର ଓ ପରେ ଚାନ୍ଦବାଲି ବ୍ଲକର ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବୈତରଣୀ ଉଛୁଳିବାରୁ ଆରଡି, ଓଳଗ, ନାନ୍ଦପୁର, ସୁ
KULA LANGHILA BAITARANI, 4 PANCHAYAT STITI GAMBHIRA


ଭଦ୍ରକ, ୨୫ ଅଗଷ୍ଟ (ହି.ସ.)- ଭଦ୍ରକ ଆଖୁଆପଦା ଆନିକଟରେ ଦୁଇ ଦୁଇ ଥର ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଗମ୍ଭିର ହେବା ସହ ପ୍ରଥମେ ଧାମନଗର ଓ ପରେ ଚାନ୍ଦବାଲି ବ୍ଲକର ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବୈତରଣୀ ଉଛୁଳିବାରୁ ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁରରେ ବନ୍ୟା ସ୍ଥିତି ବଢିବା ସହ ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଘିଂବାରୁ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ଦେଢକିମି ଯାଏଁ ୩/୪ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ୨ଟି ପର୍ଯ୍ୟଟନସ୍ଥଳୀ ଆଖଣ୍ଡଳମଣି ଓ ଯାଜପୁରର ବିରଜା କ୍ଷେତ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଦୋହରା ପାଟଣା ଠାରେ ନଦୀକୁ ୮୦ଫୁଟର ସୁରକ୍ଷାବନ୍ଧ ଧସିଯିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ଯୁଦ୍ଧକାଳିନ ଭିତିରେ ମରାମତି କରାଯାଇଥିଲା। ସେହିପରି ବୋଡକ ତଳିଆ ଅଂଚଳ ସହ ମୁଆଁ , ସନ୍ତରା ଆଦି ୧୪ଟି ଗାଁରେ ବନ୍ୟାପାଣି ପସିବାରୁ ଗାଁ ଦାଣ୍ଡରେ ଲହଡ଼ି ମାରୁଛି ପାଣି। ଏପରିକି ବୈତରଣୀ ବନ୍ୟାରେ ନଦୀ- ପଥ-କ୍ଷେତ ଏକାକାର ହୋଇଯାଇଥିବା ବେଳେ ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ସେହିପରି ଗୃହପାଳିତ ପଶୁ ଗାଁ ଦାଣ୍ଡ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି। ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ ବନ୍ୟାଂଚଳର ଓ ବିପନ୍ନଙ୍କର ସ୍ଥିତି ପରଖିବା ପାଇଁ ଆରଡି , ଓଳଗ, ନାନ୍ଦପୁର , ବୋଡକ ଆଦି ଅଂଚଳ ବୁଲି ଦେଖିବା ସହ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସହ କଥା ହୋଇଥିଲେ। ତାହା ସହ ତଳିଆ ଅଂଚଳର ଲୋକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ସହାୟତା ନିଆଯିବ ବୋଲି କହିଥିଲେ। ଅନ୍ୟପଟେ ଆରଡି-ଚାନ୍ଦବାଲି ରାସ୍ତାର ମୁଖ ଘୋଷରାରେ ୩/୪ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଆରଡି-ଧାନଖଣିଆ ରାସ୍ତାର ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande