କୋରେଇ, ୨୫ଅଗଷ୍ଟ(ହି.ସ.) - ପାଣିକୋଇଲି ଅଂଚଳରେ ବିଭିନ୍ନ ସମସ୍ୟା ଥିଲେ ବି ପ୍ରଶାସନନିକ ଅବହେଳାରୁ ଏହା ଆଣ୍ଠେଇଛି । ଯାହାକୁ ନେଇ ଆଜି କୋରେଇ ବ୍ଲକରେ ମିଳିତ ଜନଶୁଣଣୀରେ ଯୁବନେତା ରାକେଶ ସାହୁ ଅଭିଯୋଗ କରିଛନ୍ତି । ପଡିରହିଥିବା କୋରେଇ ଭବନ ନିର୍ମାଣ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । କୋରେଇ ପଂଚାୟତ ସମିତି ଓ ଗ୍ରାମ ଉନ୍ନୟନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ହୋଇପାରୁନଥିବା ଅଭିଯୋଗପରେ ଉପଜିଲ୍ଲାପାଳ ଏହାର ତଦନ୍ତ ନିଜେ କରିବେ ବୋଲି କହିଛନ୍ତି । ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାର ଶହେ ଶଯ୍ୟା ବିଶିଷ୍ଠ ବାବୁ ଜଗତଜୀବନ ରାମ ଛାତ୍ର ନିବାସ ନିର୍ମାଣ ପାଇଁ ବିଭାଗୀୟ ଚିଠି ହୋଇଥିଲେ ବି ତାହା କହିଁକି କାର୍ଯ୍ୟକାରୀ ହେଉନାହିଁ । ପାଣିକୋଇଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାପ କ୍ୱାଟର ପାଇଁ ୨୦ ମେ ଚିଠି ସଂଖ୍ୟା ୧୨୫୮୩ କରାଯାଇଥିଲେ ବି ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ ହୋଇନାହିଁ ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ । ଏହା ଉପରେ ତ୍ୱରୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ