ସମ୍ବଲପୁର, ୨୫ ଅଗଷ୍ଟ (ହି.ସ.) - ସମ୍ବଲପୁରର ଏକ ହୋଟେଲରେ ଆରବିଆଇ ଓମ୍ବଡସ୍ମାନ ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଆରବିଆଇ ସଂହତି ଓମ୍ବଡସ୍ମାନ ଯୋଜନା ୨୦୨୧ ସହ ନିରାପଦ ବ୍ୟାଙ୍କିଂ ଶୀର୍ଷକ ସଚେତନତା କାର?୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓମ୍ବଡସ୍ମାନ ଓ ସିଜିଏମ୍ ନେଙ୍ଗନେଇକିଂ ଗୁଇଟେ ଅଧ୍ୟକ୍ଷତା କରିଥିଲେ । ଉପ ଓମ୍ବଡସ୍ମାନ ସତ୍ୟବ୍ରତ ବରୁଆ ଓ ସ୍ଥାନୀୟ ସମସ୍ତ ବ୍ୟାଙ୍କ , ଆରବିଆଇ ନିୟନ୍ତ୍ରିତ ଅଧିକାରୀ ମାନେ ସାମିଲ ହୋଇଥିଲେ । ଶ୍ରୀମତି ଗୁଇଟେ ଯୋଜନା ସମ୍ପର୍କରେ କହିଥିଲେ ଯେ, ଏକ ଦେଶ, ଏକ ଓମ୍ବଡସ୍ମାନ ଯୋଜନାରେ ଗ୍ରାହକ ମାନେ ବ୍ୟାଙ୍କ, ଏନ୍?ିବିଏଫସି ଓ ପେମେଂଟ ସିଷ୍ଟମ ପ୍ରଦାତାଙ୍କ ଉପରେ ଗୋଟିଏ ପ୍ଲାଟଫର୍ମ ଜରିଆରେ ଅଭିଯୋଗ କରିପାରିବେ । ନିୟନ୍ତ୍ରିତ ସଂସ୍ଥା ଗୁଡିକ ଦ୍ୱାରା ଲିଖିତ ଅଭିଯୋଗର ୩୦ଦିନ ମଧ୍ୟରେ ସମାଧାନ ନହେଲେ ଗ୍ରାହକ ମାନେ ଆରବିଆଇର ପୋର୍ଟାଲ, ଇ-ମେଲ କିମ୍ବା ଦେୟମୁକ୍ତ ନମ୍ବର ୧୪୪୪୮ଜରିଆରେ ଅଭିଯୋଗ କରିପାରିବେ । କାର୍ଯ୍ୟକ୍ରମରେ ଡିଜିଟାଲ ଆରେଷ୍ଟ ଭଳି ଠକେଇ ସମ୍ପର୍କରେ ସଚେତନ କରାଯିବା ସହ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା ଆବଶ୍ୟକତା ଓ ଏହାକୁ ସେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା । ରି-କେୱାସି ପୂରଣର ଗୁରୁତ୍ୱ ଏବଂ ଆରବିଆଇର ଦର୍ଶିତ ଗ୍ରାହକ ଅଧିକାର ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ