'ସମାନତା ପାଇଁ ପୁରୁଷଙ୍କ ମଧ୍ୟରେ ସଚେତନତା ଆବଶ୍ୟକ'
'ସମାନତା ପାଇଁ ପୁରୁଷଙ୍କ ମଧ୍ୟରେ ସଚେତନତା ଆବଶ୍ୟକ'
'ସମାନତା ପାଇଁ ପୁରୁଷଙ୍କ ମଧ୍ୟରେ ସଚେତନତା ଆବଶ୍ୟକ'


ସମ୍ବଲପୁର, ୨୫ ଅଗଷ୍ଟ (ହି.ସ.)

ସମ୍ବଲପୁରର ଅଗ୍ରଣୀ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ( ଜିଏମୟୁ) ରାଜନୀତି ବିଜ୍ଞାନ ବିଭାଗର ସାମାଜିକ ଲିଙ୍ଗ ଅଧ୍ୟୟନ କେନ୍ଦ୍ର ଆନୁକୁଲ୍ୟରେ ସାମାଜିକ ଲିଙ୍ଗ ସମାନତା: ସମସ୍ୟା,ପ୍ରଚଳନ ଓ ଆଗାମୀ ପଥ ଶୀର୍ଷକ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ର. ସୁଶାନ୍ତ କୁମାର ଦାଶଙ୍କ ଦ୍ବାରା ଉଦଘାଟିତ କର୍ମଶାଳାରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ର. ସ୍ଵର୍ଣ୍ଣମୟୀ ତ୍ରିପାଠୀ ଏବଂ 'ବ୍ରେକଥ୍ରୁ' ସଂଗଠନର ରାଜ୍ୟ ମୁଖ୍ୟ ଡ.ରୁକ୍ମଣୀ ପଣ୍ଡା ଅତିଥି ଆଲୋଚକ ଭାବେ ଯୋଗଦେଇ ଲିଙ୍ଗ ପକ୍ଷପାତିତାର ଅତୀତ, ସମାନତାର ଆବଶ୍ୟକତା, ପୁରୁଷଙ୍କ ସଚେତନତା ଓ ମହିଳାଙ୍କ ଅଧିକାର ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସହ ଲିଙ୍ଗଗତ ସମାନତା ସମତାମୂଳକ ସମାଜର ଆଧାର ବୋଲି ମତ ରଖିଥିଲେ।କର୍ମଶାଳର ଆଲୋଚନାକୁ ସହକାରୀ ପ୍ରଫେସର ଶୁଭଲକ୍ଷ୍ମୀ ବୈଦାର ପରିଚାଳନା କରିଥିଲେ। ଅନୁଷ୍ଠିତ କର୍ମଶାଳାର ଆଲୋଚନାରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଜ୍ଞାନରଞ୍ଜନ ସ୍ୱାଇଁ ଙ୍କ ସମେତ ଅଧ୍ୟାପିକା ଅଧ୍ୟାପକ ଏବଂ ଛାତ୍ରୀ ଛାତ୍ର ସକ୍ରିୟ ଭାଗ ନେଇଥିଲେ। କର୍ମଶାଳା ପ୍ରାରମ୍ଭରେ ବିଭାଗୀୟ ସଂଯୋଜକ ଡ. କେଶବ ଚନ୍ଦ୍ର ରଥ ସ୍ବାଗତ ଭାଷଣ ଏବଂ କର୍ମଶାଳାର ସମ୍ପାଦକ ଡ. ବନିତା ମହାନନ୍ଦିଆ ସୂଚନା ପ୍ରଦାନ କରିଥିଲେ। କର୍ମଶାଳାରେ ଭାଗନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପତଙ୍ଗ ଅନୁଷ୍ଠାନ ପକ୍ଷରୁ ଗୀତ, ପୋଷ୍ଟର ଓ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande