ମରଣାନ୍ତକ ଆକ୍ରମଣ ମାମଲାରେ ଦୁର୍ଦ୍ଧାନ୍ତ ଅପରାଧି ଗିରଫ କୋର୍ଟ ଚାଲାଣ
ଜୟପୁର,, 25 ଅଗଷ୍ଟ (ହି.ସ.) ଜୟପୁର ଟାଉନଥାନା ପୁଲିସ ସ୍ଥାନୀୟ ଦୈନିକ ବଜାରରେ ମଦ୍ୟପାନ କରିବା ସହ ଗଣ୍ଡଗୋଳ ଏବଂ ମରଣାନ୍ତକ ଆକ୍ରମଣ ମାମଲାରେ ଦୁର୍ଦ୍ଧାନ୍ତ ଅପରାଧି ଗୋପବନ୍ଧୁ ନଗରର ଗଣେଷ ପୂଜାରି(୩୨)ଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାରେ ଅନ୍ୟଜଣେ ଫେରାର ଅପରାଧି ଗିର
ମରଣାନ୍ତକ ଆକ୍ରମଣ ମାମଲାରେ ଦୁର୍ଦ୍ଧାନ୍ତ ଅପରାଧି ଗିରଫ କୋର୍ଟ ଚାଲାଣ


ଜୟପୁର,, 25 ଅଗଷ୍ଟ (ହି.ସ.) ଜୟପୁର ଟାଉନଥାନା ପୁଲିସ ସ୍ଥାନୀୟ ଦୈନିକ ବଜାରରେ ମଦ୍ୟପାନ କରିବା ସହ ଗଣ୍ଡଗୋଳ ଏବଂ ମରଣାନ୍ତକ ଆକ୍ରମଣ ମାମଲାରେ ଦୁର୍ଦ୍ଧାନ୍ତ ଅପରାଧି ଗୋପବନ୍ଧୁ ନଗରର ଗଣେଷ ପୂଜାରି(୩୨)ଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ମାମଲାରେ ଅନ୍ୟଜଣେ ଫେରାର ଅପରାଧି ଗିରଫ କରିବା ନେଇ ପୁଲିସ ପକ୍ଷରୁ ଚଢଉ ଜାରୀ ରହିଛି । ପୁଲିସ ସୂଚନା ଅନୁଯାୟୀ, ଗତ ଦୁଇଦିନ ପୂର୍ବେ ଜୟପୁର ଦୈନିକ ବଜାରରେ ପୂର୍ବ ଶତୃତାକୁ ନେଇ ଓଡିଆ ମେଦ୍ରୀ ସାହିର ହେମନ୍ତ ପରଜାଙ୍କୁ ଗୋପବନ୍ଧୁ ନଗରର ଦୁଇ ଦୁର୍ଦ୍ଧାନ୍ତ ଅପରାଧି ଏକ କ୍ରିକେଟ ବ୍ୟାଟ ସହାୟତାରେ ଆକ୍ରମଣ କରିବା ଯୋଗୁଁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରଚୁର ରକ୍ତସ୍ରାବ ଯୋଗୁଁ ଅଭିଯୋଗକାରୀ ଗୁରୁତର ଆହତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଏଥିନେଇ ଅଭିଯୋଗକାରୀଙ୍କ ଏତଲାକୁ ଭିତ୍ତି କରାଯାଇ ପୁଲିସ ମରଣାନ୍ତକ ଆକ୍ରମଣ ମାମଲାରେ ଏକ ମାମଲା (୩୦୪/୨୫) ରୁଜୁ କରାଯାଇ ମୁଖ୍ୟ ଅଭିଯୁକ୍ତ ଗଣେଷକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି ଏବଂ ଅନ୍ୟଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ବିଭିନ୍ନ ସ୍ଥାନ ଉପରେ ଚଢଉ ଜାରୀ ରଖିଛନ୍ତି । ଏହି ମାମଲାର ତଦନ୍ତ ଏସ.ଆଇ ରୁଚିକାନ୍ତ ମହାକୁର କରିଥିବା ନେଇ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande