କେନ୍ଦ୍ରାପଡ଼ା, ୨୫ ଅଗଷ୍ଟ(ହି.ସ.) – ଓଡିଶା ହ୍ୟାଣ୍ଡିକେଫ୍ଟ ଆୱାର୍ଡ ଆସୋସିଏସନ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇଯାଇଛି। ଓଡିଶା ହ୍ୟାଣ୍ଡିକେଫ୍ଟ ଆୱାର୍ଡ ଆସୋସିଏସନ ଜିଲ୍ଲାସ୍ତରୀୟ କମିଟି କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ କମିଟି ଆଜି କେନ୍ଦ୍ରାପଡ଼ା ସ୍ଥିତ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ରେ ସାଧାରଣ ବୈଠକ କେନ୍ଦ୍ରାପଡ଼ାର ହସ୍ତଶିଳ୍ପ କାରିଗରମାନଙ୍କୁ ନେଇ କରାଯାଇଥିଲା ଏଥିରେ ଓଡିଶା ହ୍ୟାଣ୍ଡିକେଫ୍ଟ ଆୱାର୍ଡ ଆସୋସିଏସନ ମୁଖ୍ୟ ଉପସଭାପତି ମହେଶ୍ୱର ଓଝା, କାର୍ଯ୍ୟକାରୀ ସଭାପତି ଭାଗ୍ୟଧର ମହାରଣା ଉପସ୍ଥିତ ରହି ସଭାକାର୍ଯ୍ୟ ସମ୍ପାଦନା କରିଥିଲେ। ଏହି ସଭାରେ ପ୍ରାୟ ବ୍ଲକରୁ ୫୦ରୁ ଉର୍ଦ୍ଧ ହସ୍ତଶିଳ୍ପୀ ଭାଈ ଭଉଣୀମାନେ ଉପସ୍ଥିତ ରହି ସଭାର ଶୋଭା ମଣ୍ଡନ କରିଥିଲେ। ଓଡିଶା ହ୍ୟାଣ୍ଡିକେଫ୍ଟ ଆୱାର୍ଡ ଆସୋସିଏସନ ଜିଲ୍ଲା ସ୍ତରୀୟ କମିଟି ଚୟନ ପ୍ରକ୍ରିୟାରେ ୯ ଜଣଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି କ୍ଷସଭାପତି ଭାବେ ଚିତ୍ରାଶିଳ୍ପୀ ପ୍ରିୟବ୍ରତ ଜେନା, ଉପସଭାପତି କାଠଶିଳ୍ପୀ ସନାତନ ମଲ୍ଲିକ ଆଳିରୁ ଦାଇତ୍ୱ ପାଇଛନ୍ତି। ସମ୍ପାଦକ ଭାବେ ମକର କେତନ ସାହୁ, ସହସମ୍ପାଦକ ଭାବେ ଅନିତା ପରିଡା ଏବଂ ସଦସ୍ୟ ଭାବେ ସୁବଳ ଚନ୍ଦ୍ର ମୁଦୁଲି, ଭ୍ରମର ବର ବେହେରା, ତପନ ବେହେରା, ଲିଲିଆ ବେହେରା, ପଦ୍ମିନୀ ବେହେରାଙ୍କୁ ନେଇ ଏକ ଜିଲ୍ଲା କମିଟି ଗଠନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି