କ୍ୟାବିନେଟରେ ୪ ଟି ପ୍ରସ୍ତାବକୁ ମଂଜୁରୀ
ଭୁବନେଶ୍ୱର,୨୫ ଅଗଷ୍ଟ (ହି.ସ.)- ରାଜ୍ୟ କ୍ୟାବିନେଟର ୨୪ ତମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ମୋଟ ୩ ଟି ବିଭାଗର ୪ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା । ସାଧାରଣ
କ୍ୟାବିନେଟରେ ୪ ଟି ପ୍ରସ୍ତାବକୁ ମଂଜୁରୀ


ଭୁବନେଶ୍ୱର,୨୫ ଅଗଷ୍ଟ (ହି.ସ.)- ରାଜ୍ୟ କ୍ୟାବିନେଟର ୨୪ ତମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।

କ୍ୟାବିନେଟ ବୈଠକରେ ମୋଟ ୩ ଟି ବିଭାଗର ୪ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ ଟି, ଇଲେକ୍ଟ୍ରୋନିକ୍ସ ଏବଂ ଆଇ ଟି ବିଭାଗର ୨ ଟି ପ୍ରସ୍ତାବ ଆଲୋଚନା ପୂର୍ବକ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଥିଲା । ୪ର୍ଥ ପ୍ରସ୍ତାବଟି ଆଗାମୀ ସେପ୍େଟମ୍ବର ୧୮ ତାରିଖରୁ ୧୭ ତମ ବିଧାନସଭାର ୪ର୍ଥ ଅଧିବେଶନ ଆରମ୍ଭ ହେବାକୁ ଥିବା ସମ୍ପର୍କିତ ପ୍ରସ୍ତାବ ଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande