ଆଗରପଡାକୁ ଏନଏସିି ଘୋଷଣା ହେଲାନି, ପ୍ରତିବାଦରେ ଦୋକାନ ବଜାର ବସ ଚଳାଚଳ ବନ୍ଦ, ବିକ୍ଷୋଭ ଓ ପ୍ରତିବାଦ ସଭାକଲେ ବରିଷ୍ଠ ନାଗରିକ
ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ରାଜ୍ୟସରକାର ସଦ୍ୟଘୋଷିତ ବିଜ୍ଞାପିତ ଅଚଂଳ ତାଲିକାରେ ଭଦ୍ରକ ଜିଲ୍ଲାର ଆଗରପଡାକୁ ବାଦ୍ ଦେଇଥିବାରୁ ସଂପୃକ୍ତ ଅଚଂଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ନୂତନ ବିଜ୍ଞାପିତ ଅଚଂଳ ତାଲିକାରେ ଆଗରପଡା ସର୍ବାଗ୍ରେ ଥିଲା । ମାତ୍ର ଏବେ ସରକାର ପ୍ରଥମ ପର୍ଯ୍ୟାୟରେ ଘୋଷଣା କରି ନ
AGARPADA NAC DABI RE ANCHALABASI PRATIBAD


ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ରାଜ୍ୟସରକାର ସଦ୍ୟଘୋଷିତ ବିଜ୍ଞାପିତ ଅଚଂଳ ତାଲିକାରେ ଭଦ୍ରକ ଜିଲ୍ଲାର ଆଗରପଡାକୁ ବାଦ୍ ଦେଇଥିବାରୁ ସଂପୃକ୍ତ ଅଚଂଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ନୂତନ ବିଜ୍ଞାପିତ ଅଚଂଳ ତାଲିକାରେ ଆଗରପଡା ସର୍ବାଗ୍ରେ ଥିଲା । ମାତ୍ର ଏବେ ସରକାର ପ୍ରଥମ ପର୍ଯ୍ୟାୟରେ ଘୋଷଣା କରି ନଥିବାରୁ ଆଜି ଆଗରପଡା ଅଚଂଳର ଜନସାଧାରଣଙ୍କ ସମେତ ବରିଷ୍ଠ ନାଗରିକ ସୁରକ୍ଷା ମଚଂ,ଇଲେଭେନ୍ ଷ୍ଟାର କ୍ଲବ୍ , ବଣିକ ସଂଘ ଓ ମହୋତ୍ସବ କମିଟିର ଶତାଧିକ କର୍ମକର୍ତା ଧାରଣା ଦେବା ସହ ପ୍ରତିବାଦ ସଭାରେ ସାମିଲ୍ ହୋଇଥିଲେ । ସକାଳ ୬ ରୁ ଦିବା ୧୨ ଘଟିକା ପର୍ଯ୍ୟନ୍ତ ଶୋଭାଯାତ୍ରା, ଗଣଧାରଣା ଓ ପଥପ୍ରାନ୍ତ ସଭା କରାଯାଇଥିଲା । ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ବ୍ୟବସାୟ ପ୍ରତିଷ୍ଠାନ ସ୍କୁଲ, କଲେଜ, ବ୍ୟାଙ୍କ ଆଦି ବନ୍ଦ ନେଇ ଜଣାଇ ଦିଆଯାଇଥିଲା । ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ଆବାହକତ୍ୱରେ ଆଜି ଶତାଧିକ ବରିଷ୍ଠ ନାଗରିକ ଓ ଅଚଂଳର ଜନସାଧାରଣ କୁଆଁସମଢିଆସ୍ଥିତ ମଚଂ କାର୍ଯ୍ୟାଳୟ ଠାରୁ ସଭାପତି କୈଳାସ ଚନ୍ଦ୍ର ଧଳଙ୍କ ତତ୍ୱାବଧାନରେ ହାତରେ ବ୍ୟାନର ଓ ପ୍ଲାକ୍ କାର୍ଡ ଧରି ମୁଖ୍ୟ ବଜାର କଲେଜଛକ ସ୍ଥିତ ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତୀ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ଆୟୋଜିତ ପ୍ରତିବାଦ ସଭାକୁ ହାଇକୋର୍ଟର ବରିଷ୍ଠ ଆଇନଜିବୀ ମନୋଜ କୁମାର ରାୟ ଅଧ୍ୟକ୍ଷତା କରିଥିଲେ । ଏଥିରେ ମଚଂ ସମ୍ପାଦକ ରଞ୍ଜନ କୁମାର ଦାସ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ, ସଭ୍ୟ ଉପେନ୍ଦ୍ର ନାଥ ଶତପଥି,ଗୋଲକ ପୃଷ୍ଟି,ଚିତରଞ୍ଜନ ସାମନ୍ତରାୟ, ଜଗନ୍ନାଥ ଶତପଥି, କାର୍ତିକ ଚନ୍ଦ୍ର ପଣ୍ଡା, ଜଗନ୍ନାଥ ପଣ୍ଡା,ପ୍ରାକ୍ତନ ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ସାହୁ,ଗଙ୍ଗାଧର ସାହୁ,ସେକ୍ ସେର ଅଲ୍ଲୀ, ଶିକ୍ଷାବିତ୍ ଗଜେନ୍ଦ୍ର ରାଉତ୍‌, ପୂର୍ବତନ ସରପଚଂ ସତ୍ୟସାଧନ ବେଜ୍‌, ବିଜେଡିନେତା ବିଜ୍ଞାନ ଭୂଷଣ ମହାନ୍ତି,ଯୁବନେତା ଅନିରୁଦ୍ଧ ସିଂହ, ନାରୀନେତ୍ରୀ ସାବିତ୍ରୀ ସାହୁ, ସ୍ତମ୍ଭକାର ସୁବୋଧ କୁମାର ସାହୁ, ଅଧ୍ୟାପିକା ପ୍ରତିମା ସାହୁ, ଚିତ୍ରଶିଳ୍ପୀ ନମିତା ବେହେରା ପ୍ରମୁଖ ଐତିହ୍ୟ ସମ୍ପର୍ଣ୍ଣ ମାଟି ଆଗରପଡା ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ସୀମାବର୍ତୀ ସ୍ଥାନରେ ହୋଇଥିବା ବେଳେ ସଂପୃକ୍ତ ଅଚଂଳର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଅଟେ । ନୂତନ ଏନଏସି ଗଠନ ପାଇଁ ଆଗରପଡା ସମସ୍ତ ପ୍ରକାର ସର୍ତାବଳୀକୁ ପୂରଣ କରୁଛି । ପୂର୍ବର ବିଜେଡି ସରକାର ସଂପୃକ୍ତ ଅଚଂଳକୁ ଏନଏସି ହେବା ନେଇ ଘୋଷଣା କରିବା ପରେ ବର୍ତମାନର ସରକାର ଜିଲ୍ଲାପାଳଙ୍କ ମାଧ୍ୟମରେ ସମସ୍ତ ପ୍ରକାର ଆବଶ୍ୟକୀୟ କାଗଜପତ୍ର ପାଇ ସାରିଛନ୍ତି । ହେଲେ କିଛିଦିନ ପୂର୍ବେ ପ୍ରଥମ ପର୍ଯ୍ୟାୟରେ ୧୨ ଟି ଅଚଂଳକୁ ଏନଏସି ଘୋଷଣା କରାଯାଇଛି । ଯେଉଁଥିରେ ଆଗରପଡାର ନାମ ନାହିଁ ତାହା ଅଚଂଳବାସୀଙ୍କୁ ଆଶ୍ଚର୍ଯ୍ୟାନିତ୍ୱ କରିଥିବା ବେଳେ ବରପୁତ୍ରଙ୍କ ମାଟି ପ୍ରତି ଏହା ଅସମ୍ମାନ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ୯ ଗୋଟି ସ୍ଥାନକୁ ଏନଏସି ଘୋଷଣା ବାକି ଥିବା ବେଳେ ଅଗ୍ରାଧିକାର ଭିତିରେ ଆଗରପଡାକୁ ସ୍ଥାନିତ କରିବା ନେଇ ବକ୍ତବ୍ୟ ରଖିଥିଲେ ବିକ୍ଷୋଭକାରୀ । ରାଜ୍ୟ ସରକାର ତୁରନ୍ତ ଉପରୋକ୍ତ ଘଟଣାର ସୁବିଚାର କରି ଏନଏସି ଘୋଷଣା ପାଇଁ ଦାବି ହୋଇଛି । କାର୍ଯ୍ୟକ୍ରମକୁ ପ୍ରଦୁମ୍ନ୍ୟ ପୁହାଣ, ଅକ୍ଷୟ ସିଂହ, ବାବୁରାମ ବେହେରା,ସଞ୍ଜୟ ସିଂହ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande