ସୀମାନ୍ତ ଅତିକମରେ 30 କିଲୋମିଟର ପରିସରରେ ଅତିକ୍ରମଣରୁ ମୁକ୍ତ ହେବା ଆବଶ୍ୟକ- ଅମିତ ଶାହ
ନୂଆଦିଲ୍ଲୀ, 26 ଅଗଷ୍ଟ (ହି.ସ.)- କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହା ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ ର ସମୀକ୍ଷା ବୈଠକରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବେଆଇନ ଧାର୍ମିକ ଅତିକ୍ରମଣ ହଟାଇବା ଉପରେ ଜୋର ଦେଇ କହିଛନ୍ତି ଯେ ସୀମା ଅଞ୍ଚଳ ଅତିକମରେ 30 କି
ସୀମାନ୍ତ ଅତିକମରେ 30     କିଲୋମିଟର ପରିସରରେ ଅତିକ୍ରମଣରୁ ମୁକ୍ତ ହେବା ଆବଶ୍ୟକ- ଅମିତ ଶାହ


ନୂଆଦିଲ୍ଲୀ, 26 ଅଗଷ୍ଟ (ହି.ସ.)- କେନ୍ଦ୍ର ଗୃହ

ଓ ସହକାରିତା ମନ୍ତ୍ରୀ ଅମିତ ଶାହା ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ ର ସମୀକ୍ଷା

ବୈଠକରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବେଆଇନ ଧାର୍ମିକ ଅତିକ୍ରମଣ ହଟାଇବା ଉପରେ ଜୋର ଦେଇ

କହିଛନ୍ତି ଯେ ସୀମା ଅଞ୍ଚଳ ଅତିକମରେ 30 କି.ମି. ପରିସରରେ ଅତିକ୍ରମଣ ମୁକ୍ତ ହେବା ଉଚିତ। ସେ

କହିଛନ୍ତି ଯେ, ଏହି

ଅତିକ୍ରମଣଗୁଡ଼ିକ ଏକ ଯୋଜିତ ରୂପରେ ହେଉଛି ଓ ଯାହା ଉପରେ ସଠିକ୍ ଭାବେ ରୋକ ଲଗାଇବା ଆବଶ୍ୟକ।

ଅମିତ ଶାହ ମଙ୍ଗଳବାର ଗୃହ

ମନ୍ତ୍ରଣାଳୟର ସୀମା ପ୍ରବନ୍ଧନ ବିଭାଗ ଦ୍ୱାରା ଆୟୋଜିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ଉପରେ ଦୁଇଦିନିଆ କାର୍ଯ୍ୟାଳୟ ଶିବିରର ଉଦ୍‌ଘାଟନ ସଭାରେ ମୁଖ୍ୟ

ଅତିଥି ଭାବରେ ଉପସ୍ଥିତ ରହି ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଭିଭିପିର ଲୋଗୋ ମଧ୍ୟ

ଉନ୍ମୋଚନ କରିଛନ୍ତି ।

ସେ କହିଛନ୍ତି ଯେ ଭିଭିପି-1ରେ ପ୍ରଶାସନ କେବଳ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସୀମିତ ଥିଲା, କିନ୍ତୁ ଭିଭିପି-2ରେ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବା ଆବଶ୍ୟକ। ସେ ଜିଲ୍ଲା

କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସୀମାବର୍ତ୍ତୀ ଅଞ୍ଚଳରେ ବେଆଇନ ଧାର୍ମିକ ଅତିକ୍ରମଣ ହଟାଇବା ପାଇଁ ପଦକ୍ଷେପ

ନେବା ଉଚିତ। ସୀମାରୁ ଅତିକମରେ 30 କି.ମି. ବ୍ୟାପୀ ଅଞ୍ଚଳ ଅତିକ୍ରମଣ ମୁକ୍ତ ହେବା ଦରକାର।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande