୩ଦିନ ହେଲା ବୈତରଣୀ କରୁଛି କଲବଲ, ଆରଡି ଅଂଚଳର ୧୪ ଗାଁ ବାହ୍ୟ ଜଗତରୁ ବିଛିନ୍ନ
ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ଗତ ୩ଦିନ ହେବ ବୈତରଣୀ ନଦୀର ଉପର ମୁଣ୍ଡରେ ବନ୍ୟାପାଣି ବୃଦ୍ଧି ପାଇବା ପରେ ଗତ ସୋମ୍ୱାର ଠାରୁ କ୍ରମଶଃ କମିବାରେ ଲାଗିଛି। ହେଲେ ବୈତରଣୀ ତଳମୁଣ୍ଡରେ ବିପନ୍ନଙ୍କ ପାଇଁ ଦୁଃଖ ପାଲଟିଛି। ଆଜି ମଧ୍ୟ ଅପରିବର୍ତିତ ରହିଛି ବନ୍ୟା ପରିସ୍ଥିତି । ଫଳରେ ୩ଦିନ ହେବ ଚାନ୍ଦବାଲି ବ୍ଲ
ARADI ANCHAL BAHYA JAGATARU BICHINA


ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ଗତ ୩ଦିନ ହେବ ବୈତରଣୀ ନଦୀର ଉପର ମୁଣ୍ଡରେ ବନ୍ୟାପାଣି ବୃଦ୍ଧି ପାଇବା ପରେ ଗତ ସୋମ୍ୱାର ଠାରୁ କ୍ରମଶଃ କମିବାରେ ଲାଗିଛି। ହେଲେ ବୈତରଣୀ ତଳମୁଣ୍ଡରେ ବିପନ୍ନଙ୍କ ପାଇଁ ଦୁଃଖ ପାଲଟିଛି। ଆଜି ମଧ୍ୟ ଅପରିବର୍ତିତ ରହିଛି ବନ୍ୟା ପରିସ୍ଥିତି । ଫଳରେ ୩ଦିନ ହେବ ଚାନ୍ଦବାଲି ବ୍ଲକର ଉପୁଜିଥିବା ବନ୍ୟାରେ ବିପନ୍ନଙ୍କ ଅବସ୍ଥା ଦୁର୍ବିସହ ହୋଇ ପଡିଛି। ଗାଁ ଦାଣ୍ଡ ଓ ଘରେ ବନ୍ୟାପାଣି ପସିଥବାରୁ ବିପନ୍ନମାନେ କୋଠାଘର ଛାତ ଓ ବୈତରଣୀ ସେତୁ ଓ ନଦୀବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଚାନ୍ଦବାଲି ବ୍ଲକର ତଳିଆ ଅଂଚଳ ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁରରେ ବନ୍ୟା ସ୍ଥିତି ଅପରିବର୍ତିତ ରହିବା ଫଳରେ ବୋଡକ ନିକଟରେ ୩ଦିନ ହେବ ବୈତରଣୀ ନଦୀ କୂଳ ଲଂଘିବାରୁ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥର ଦେଢକିମି ଯାଏଁ ୨/୩ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଛି । ୨ଟି ପର୍ଯ୍ୟଟନସ୍ଥଳୀ ଆଖଣ୍ଡଳମଣି ଓ ଯାଜପୁରର ବିରଜା କ୍ଷେତ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ୧୪ଟି ଗାଁ ବନ୍ୟାଘେରରେ ରହିଛି। ସେହିପରି ଦୋହରା ପାଟଣା ଓ ବୋଡକ ତଳିଆ ଅଂଚଳରେ ବନ୍ୟାପାଣି ପସିବାରୁ ଗାଁ ଦାଣ୍ଡରେ ଲହଡ଼ି ମାରୁଛି ପାଣି। ୪ଟି ପଂଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଗୃହପାଳିତ ପଶୁ ଓ ବାତ୍ୟା ଆଶ୍ରୟସ୍ଥଳୀ ଓ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ଏପରିକି ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିବାରୁ ସ୍ଥାନୀୟ ନଦୀକୂଳିଆ ଲୋକ ପାଳିକରି ଜଗି ରହୁଛନ୍ତି। ତାହା ସହ ମୁଆ, ସନ୍ତରା, ସିଙ୍ଗିପୁର, ବାତୋଳ, ସାନଫଙ୍କି, ପାଲଟପୁର, ବାଙ୍କମୁଆ ଆଦି ୧୫ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି। ସେହିପରି ବନ୍ୟାପାଣି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସମ୍ମୁଖରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ପ୍ରବେଶ କରିବାରୁ ମୁଖ୍ୟ ଜଳଘାଟ ବୁଡି ଯିବାରୁ ଘାଟ ସମ୍ମୁଖରେ ଥିବା ବୃଷବ ଅଧିକାଂଶ ଭାଗ ବୁଡିଯାଇଛି। ଅନ୍ୟପଟେ ଆରଡି ପୀଠରୁ ତିହିଡି ଓ ଚାନ୍ଦବାଲି ରାସ୍ତାରେ ମୁଆଘୋଷରା ସତସଙ୍ଗ ଘୋଷରାରେ ୩ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହେବା ଫଳରେ ବିଚ୍ଛିନ୍ନାଂଚଳର ଲୋକମାନେ ଅତ୍ୟାବଶକିୟ ସାମଗ୍ରୀ ପାଇଁ ଦେଶୀଡଙ୍ଗା ଓ ଟ୍ରାକ୍ଟର ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ଆସୁଥିବାର ଦେଖିବାକୁ ମିଳିଛି। ବିପନ୍ନମାନେ କିପରି ଭାବେ ରହିଛନ୍ତି ସେଥିପାଇଁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଜଳବନ୍ଦି ହୋଇ ରହିଥିବା ମୁଆ, ସନ୍ତରା, ପାଲଟପୁର, ବାତୋଳ, ସିଙ୍ଗିପୁର, ସାନପଙ୍କି, ବୋଡକ, ସାଠିବାଙ୍କୁଡା ଆଦି ୪ ପଂଚାୟତର ବନ୍ୟା ସ୍ଥିତି ବୁଲି ଦେଖିବା ସହ ବିପନ୍ନଙ୍କ ସହ କଥା ହୋଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande