କେନ୍ଦୁଝର, ୨୬ ଅଗଷ୍ଟ (ହି.ସ.) - ବିଭିନ୍ନ ଦାବି ନେଇ ଜିଲ୍ଲାରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନେ ତା ୧୧.୮.୨୦୨୫ ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ରହି ତାଙ୍କର ୧୦ ଦଫା ଦାବି ନେଇ ଆନ୍ଦୋଳନରେ ଥିଲେ। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଅମଲା ମାନେ ,କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ, ଆନନ୍ଦପୁର ଉଅଜିଲ୍ଳାପାଳ ଓ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜସ୍ୱ ଅମଲା ମାନେ ଏକତ୍ରିତ ହୋଇ ସେମାନଙ୍କର ମୁଖ୍ୟ ଦାବି ଲେଭେଲ ୯ ଓ ପଦବୀ ପୁନର୍ଗଠନ ନିମନ୍ତେ ଦାବିରେ ଅଟଳ ଥିଲେ । ରାଜସ୍ୱ ଅମଲା ସଂଘର ଦୀର୍ଘ ୧୫ ଦିନ ଆନ୍ଦୋଳନ ପରେ ମାନ୍ୟବର ରାଜ୍ୟ ବିଜେପି ସଭାପତିଙ୍କ ହସ୍ତକ୍ଷେପ , ମୁଖ୍ୟ ଶାସନ ସଚିବ ଏବଂ ରାଜସ୍ୱ ମନ୍ତ୍ରୀଙ୍କ ସହିତ ରାଜ୍ୟ ସଂଘର ସଭାପତି ଓ ସାଧାରଣ ସଂପାଦକଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ଏବଂ ସରକାର ଦାବୀ ପୁରଣର ପ୍ରତିଶ୍ରୁତି ପରେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ରାଜ୍ୟର ବନ୍ୟା ପରିସ୍ଥିତି ଏବଂ ନୂଆଖାଇ ପର୍ବକୁ ଦୁଷ୍ଟିରେ ରଖି ଆନ୍ଦୋଳନକୁ ରାଜ୍ୟ ସଂଘ ସାମୁହିକ ଭାବେ ସ୍ଥଗିତ ରଖାଯିବାକୁ ସଂଘ ତରଫରୁ ନିଷ୍ପତି ନିଆଗଲା । ଏଣୁ ରାଜ୍ୟ ରାଜସ୍ୱ ଅମଲା ସଂଘର ନିର୍ଦେଶ କ୍ରମେ ଆଜିଠାରୁ ସମସ୍ତେ କାର୍ଯ୍ୟରେ ଯୋଗଦାନ କରିବାକୁ ରାଜ୍ୟ ସଂଘର ନିର୍ଦ୍ଦେଶ ମତେ ସମସ୍ତ ରାଜସ୍ୱ ଅମଲା କର୍ମଚାରୀ ଆଜି କାର୍ଯ୍ୟରେ ଯୋଗଦାନ କରିବାକୁ ସଂଘ ତରଫରୁ ଅନୁରୋଧ କରିଥିଲେ ଏବଂ ସମସ୍ତ ରାଜସ୍ୱ ଅମଲା କର୍ମଚାରୀ କର୍ମକ୍ଷେତ୍ରରେ ଯୋଗଦାନ କରିଛନ୍ତି। ରାଜସ୍ୱ ଅମଲାମାନଙ୍କ ଆନ୍ଦୋଳନ ସମୟରେ ବାକିଥିବା କାର୍ଯ୍ୟକୁ ଖୁବ୍ ଶିଘ୍ର ସାରିବାକୁ ସଂଘ ତରଫରୁ ନିର୍ଦ୍ଦେଶ ଦିଆଯାଇଅଛି ଏବଂ ତାହା କର୍ମଚାରୀମାନେ ଆଜିଠାରୁ ପାଳନ କରି ଶେଷ କରିବେ । ରାଜସ୍ୱ ଅମଲାମାନଙ୍କର ୧୦ ଦଫା ଦାବୀ ମଧ୍ୟରୁ ପ୍ରମୁଖ ଦାବୀ ଲେବୁଲ-୯ ଓ ପଦବୀ ପୁନର୍ଗଠନକୁ ଗୁରୁତ୍ୱ ଦେବା ସହିତ ଖୁବଶୀଘ୍ର ଦାବୀ ପୁରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜସ୍ୱ ଅମଲାଙ୍କ ଆନ୍ଦୋଳନ ଯୋଗୁଁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଯଥା- ବ୍ଲକ, ତହସିଲ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର?୍ୟ୍ୟାଳୟର ସମସ୍ତ ବିଭାଗ, ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ଶିଶୁ ବିକାଶ କାର୍ଯ୍ୟାଳୟ , ସମନ୍ୱତ ଆଦିବାସୀ ଉନ୍ନୟନ ସଂସ୍ଥା , ପରିବହନ କାର୍ଯ୍ୟାଳୟ , ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ , ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ , ଇଲେକସନ କାର୍ଯ୍ୟାଳୟ, ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଆଜି ସମସ୍ତେ କାର?୍ୟ୍ୟରେ ଯୋଗଦାନ କରିଥିବାରୁ ରାଜସ୍ୱ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିବା ସ୍ଥଳେ କେନ୍ଦୁଝର ଜିଲ୍ଲାର ସମସ୍ତ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରଗଛମୁଳେ ଦିବା ୧୦ ଘଟିକା ସମୟରେ ଏକତ୍ରିତ ହୋଇ ଯୋଗଦାନ ସଂପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କର ସହମତି କ୍ରମେ ସ୍ଲୋଗାନ ଏବଂ ସର୍ବ ଶେଷରେ ସଭାପତି , ସଂପାଦକ , ସମସ୍ତ କର୍ମକର୍ତା ଏବଂ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ଭାଇ ଭଉଣୀମାନଙ୍କୁ କାର୍ଯ୍ୟାଳୟ ସଭାପତି ଧନ୍ୟବାଦ ଜଣାଇବା ସହିତ ନିଜନିଜର କାର୍ଯ୍ୟରେ ଯୋଗଦାନ କରିବାକୁ ଅନୁରୋଧ କରିଥିଲେ । ଅନୁରୋଧ ରକ୍ଷାକରି ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA