ସୁସ୍ଥ ହୃଦୟ ପାଇଁ ସଚେତନତା ତଥା ମାଗଣା ସ୍ବାସ୍ଥ୍ୟ ଶିବିର
ଗଞାମ, ୨୬ ଅଗଷ୍ଟ (ହି.ସ.)- ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ସୁସ୍ଥ ହୃଦୟ ପାଇଁ ସଚେତନତା ତଥା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ, କ୍ରୋଧ, ଚିନ୍ତା, ଅଶାନ୍ତି, ଆମିଷ, ତେଲ, ବନସ୍ପତି ଘୃତ, ପନିର, ଅଜ
ହୃଦୟ ନିରୋଗ ପାଇଁ ସଚେତନତା


ଗଞାମ, ୨୬ ଅଗଷ୍ଟ (ହି.ସ.)- ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ସୁସ୍ଥ ହୃଦୟ ପାଇଁ ସଚେତନତା ତଥା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ, କ୍ରୋଧ, ଚିନ୍ତା, ଅଶାନ୍ତି, ଆମିଷ, ତେଲ, ବନସ୍ପତି ଘୃତ, ପନିର, ଅଜୀର୍ଣ୍ଣ କାରକ ଖାଦ୍ୟ, ପୋଡ଼ା ତେଲ ଛଣା ଖାଦ୍ୟ, ହୃଦ୍ ରୋଗ ପାଇଁ କାରଣ ଏହି ସବୁକୁ ଛାଡି ଯୋଗ, ଆସନ, ପ୍ରାଣାୟାମ କରନ୍ତୁ, ପେଟ ପରିଷ୍କାର ରଖନ୍ତୁ, ଜୀର୍ଣ୍ଣ ହେଲେ ଖାଆନ୍ତୁ, ଅର୍ଜୁନଛାଲି, ପଦ୍ମମଞ୍ଜି, ଅଁଳା ସେବନ କରନ୍ତୁ। ହୃଦୟ ସଦା ସୁସ୍ଥ ରହିବ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନି ବାସ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande