ଭୁବନେଶ୍ୱର,୨୬ ଅଗଷ୍ଟ (ହି.ସ.)- ଚିନ୍ମୟ ସାହୁ ବିଜୁ ଯୁବ ଜନତା ଦଳ ସଭାପତି ନିଯୁକ୍ତ ହୋଇଛନ୍ତି। ସେହିପରି ଈପସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଦାୟିତ୍ୱ ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି। ଏଥି ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନ୍ୟ ୪ ଜଣ ନେତାଙ୍କୁ ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଛନ୍ତି। ସେମାନେ ହେଲେ ଦେବେଶ ଆଚାର୍ଯ୍ୟ, ଦେବୀ ରଂଜନ ତ୍ରିପାଠୀ, ଶୁଭାଶିଷ ଖୁଂଟିଆ ଓ ସୌଭିକ ବିଶ୍ୱାଳ। ସେହିପରି ଚିନ୍ମୟ ସାହୁଙ୍କୁ ବିଜେଡି ସୁପ୍ରିମୋ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତ କରିଥିବା ବେଳେ ବ୍ୟୋମକେଶ ରାୟ, ରାଜେନ୍ଦ୍ର ସାହୁ, ଅମରେଶ ପତ୍ରି ଓ ସଞ୍ଜିତ ମହାନ୍ତିଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା