କୋରେଇ, ୨୬ ଅଗଷ୍ଟ (ହି.ସ.) - ବୈତରଣୀ ନଦୀରେ ବନ୍ୟାଜଳ ହ୍ରାସ ପାଉଥିବା ବେଳେ ଖରସ୍ରୋତାରେ ବନ୍ୟା ଜଳ ବଢିବାରେ ଲାଗିଛି । କୋରେଇ ଏକ ବନ୍ୟା ପ୍ରଭାବିତ ଅଂଚଳ ଭାବେ ଜଣାସୁଣା ଉତରରେ ବୈତରଣୀ ଓ ଦକ୍ଷିଣରେ ଖରସ୍ରୋତା ପ୍ରବାହିତ ହେଉଛି । ଗୋଟିଏ ପେଟେ ବୈତରଣୀ ତାଣ୍ଡବ ରଚିଥିବା ବେଳେ କୋରେଇ ରକ୍ଷା ପାଇଥିଲା । ଏବେ ଖରସ୍ରୋତା ବଢୁଛି । ଖରସ୍ରୋତା ଯଦି ଆଗକୁ ବଢେ କୋରେଇ ପ୍ରଭାବିତ ହେବାର ସମ୍ମାବନା ରହିଛିା ରସୁଲପୁର ଓ କୋରେଇ ଦୁଇଟି ବ୍ଲକର ୬ଟି ପଂଚାୟତ (ତଣ୍ଡରା, ବଡବିରୁହା, ଗୋଳେଇପୁର )ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଲଘୁଚାପ ଜନିତ ବର୍ଷା କମିଥିବାରୁ ପ୍ରଭାବ ନପଡିପାରେ ବୋଲି ଆଶ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ