ବାରିପଦା, ୨୬ ଅଗଷ୍ଟ (ହି.ସ.)- ସକାଳୁ ଘର ସମ୍ମୁଖରେ ପାର୍କିଂ ହୋଇଥିବା ବାଇକ ଚୋରି ହୋଇଛି। ଏନେଇ ୱାର୍ଡ ନମ୍ବର ୧୫ ଅଞ୍ଚଳର ଶୁଭଙ୍କର ଧଳ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ପ୍ରତିଦିନ ଭଳି ଘର ସମ୍ମୁଖରେ ବାଇକ ପାର୍କିଂ କରିଥିଲେ। ଜନଶୂନ୍ୟ ଥିବା ବେଳେ ଏହାର ସୁଯୋଗ ନେଇ ଚୋରି କରିଛନ୍ତି। ଦେଖିଲା ବେଳକୁ ବାଇକ ନଥିଲା । ଅନେକ ଖୋଜାଖୋଜି କରି ନପାଇ ଚୋରି ନେଇ ଥାନାରେ ଅଭିଯୋଗ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ