ରାଜଯୋଗିନୀ ଦାଦି ପ୍ରକାଶମଣି ଜୀଙ୍କ ୧୮ତମ ପୁଣ୍ୟ ତିଥି ତଥା ବିଶ୍ବ ବନ୍ଧୁତ୍ବ ଦିବସରେ ବିଶାଳ ରକ୍ତଦାନ ଶିବିର

ସମ୍ବଲପୁର, ୨୬ ଅଗଷ୍ଟ (ହି.ସ.)

ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜଯୋଗିନୀ ଦାଦି ପ୍ରକାଶମଣି ଜୀଙ୍କ ୧୮ତମ ପୁଣ୍ୟ ତିଥି ତଥା ବିଶ୍ବ ବନ୍ଧୁତ୍ବ ଦିବସରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଦାନିବନ୍ଧ ଶିବ ଦର୍ଶନ ଭବନରେ ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଳ ସଂଗଠନର ସଦସ୍ୟ ମାନେ ମଧ୍ୟ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଭ୍ରାତା ସଞ୍ଜୟ କୁମାର ଝା, ଡି ଜି ଏମ୍, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ସମ୍ବଲପୁର, ବ୍ରହ୍ମା କୁମାରୀ

ବନିତା ଭଉଣୀ ଏବଂ ବ୍ରହ୍ମାକୁମାରୀର ଅନ୍ୟ ଭାଇ ଭଉଣୀଙ୍କ ଉପସ୍ଥିତିରେ ଶ୍ରୀ ଝା ନିଜ ଉଦଘାଟନୀ ବ୍ଯକ୍ତବରେ କହିଲେ, ରକ୍ତଦାନ ହେଉଛି ସବୁଠାରୁ ବଡ଼ ଦାନ ଯାହା ଜୀବନ ରକ୍ଷା କରେ । ବ୍ରହ୍ମାକୁମାରୀଜ୍ ସଂସ୍ଥାର ଭଉଣୀ ଭାଇମାନେ ଜ୍ଞାନ ଯୋଗରେ ନିମଜ୍ଜିତ ରହି ଶାନ୍ତ ଚିତ୍ତ ତଥା ଶାନ୍ତିପ୍ରିୟ ହୋଇଥିବାରୁ ତାଙ୍କ ରକ୍ତଦାନ ବେଶୀ ଉପଯୋଗୀ ଓ ଏହା ଯାହା ଶରୀର କୁ ଯିବ ତାକୁ ମଧ୍ୟ ଶାନ୍ତି ଅନୁଭବ କରାଇବ।ବିଶାଳ ରକ୍ତଦାନ ଶିବିର ସମଗ୍ର ଭାରତ ତଥା ନେପାଳ ଦେଶର ବ୍ରହ୍ମା କୁମାରୀ ସେବାକେନ୍ଦ୍ର ଗୁଡ଼ିକରେ ୨୨.୮.୨୦୨୫ ରୁ ଆୟୋଜିତ ହୋଇଅଛି ଯାହା ୨୫.୮.୨୦୨୫ ପର୍ଯ୍ୟନ୍ତ ଚାଲୁ ରହିଲା। ୨୩.୮.୨୦୨୫ ସୁଦ୍ଧା ୫୦,୦୦୦

ୟୁନିଟ୍ ରକ୍ତ ସଂଗ୍ରହ ହୋଇ ସାରିଛି। ୧ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହର ଲକ୍ଷ୍ୟ ରହିଥିବା ବେଳେ

ଶିବ ଦର୍ଶନ ଭବନ, ଦାନିବନ୍ଧ ,ସମ୍ବଲପୁରଠାରେ ୬୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଅଛି। ସେହିପରି ବରଗଡ଼ରେ ୫୪ ୟୁନିଟ୍, ବନ୍ଧବାହାଲରେ ୫୦, ବଲାଙ୍ଗୀରରେ ୪୭, ବୈ।ଦ୍ଧରେ ୪୪, ପୁରୁଣା କଟକରେ ୪୨, ସୋନପୁର ୩୮, ବୁର୍ଲାରେ ୩୩, ବରପାଲି ୩୨, ସୋହେଲା ରେ ୩୦, ପଦ୍ମପୁରରେ ୨୬ ଓ ଦେବଗଡରେ ୧୩ ୟୁନିଟ୍ ମୋଟ୍ ୪୭୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande