ନୂଆଦିଲ୍ଲୀ, ୨୬ ଅଗଷ୍ଟ (ହିସ)- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସୋମବାର ଜମ୍ମୁ ଏବଂ କାଶ୍ମୀରରେ ସ୍ୱାସ୍ଥ୍ୟ ବିଭାଗର ସହାୟକ କମିଶନର (ଖାଦ୍ୟ ସୁରକ୍ଷା) ଭାବରେ ନିଯୁକ୍ତ ଅଧିକାରୀ ସଞ୍ଜୀବ ବାଲିଙ୍କୁ ଲାଂଚ ନେବା ସମୟରେ ଗିରଫ କରିଛି। ସିବିଆଇ ଅନୁଯାୟୀ, ଏକ ଅଭିଯୋଗ ଆସିଥିଲା ଯେ ସଞ୍ଜୀବ ବାଲି ଜଣେ ଦୋକାନୀଙ୍କଠାରୁ ୧୦,୦୦୦ ଟଙ୍କା ଲାଂଚ ମାଗୁଛନ୍ତି। ସେ କହିଥିଲେ ଯେ ଯଦି ଟଙ୍କା ଦିଆଯାଏ, ତେବେ ସେ ଦୋକାନରୁ କୌଣସି ନମୁନା ନେବେ ନାହିଁ ଏବଂ ଗୋଟିଏ ବର୍ଷ ପାଇଁ ଯାଂଚ ମଧ୍ୟ କରିବେ ନାହିଁ। ଏହା ଦୋକାନୀଙ୍କୁ କୌଣସି ଅସୁବିଧାର କାରଣ ହେବ ନାହିଁ ଏବଂ ସେ ସହଜରେ ତାଙ୍କର କାମ କରିପାରିବେ।
ଅଗଷ୍ଟ ୨୫ ତାରିଖରେ ସିବିଆଇ ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଜାଲ ବିଛାଇଥିଲା। ଦୋକାନୀଙ୍କଠାରୁ ୧୦,୦୦୦ ଟଙ୍କା ନେବା ମାତ୍ରେ ସଞ୍ଜୀବ ବାଲିଙ୍କୁ ତୁରନ୍ତ ଗିରଫ କରାଯାଇଥିଲା।
ଏହା ପରେ ସିବିଆଇ ତାଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକ ଖୋଜାଖୋଜି କରିଥିଲା। ୧.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତି ସହିତ ଜଡିତ ଡକ୍ୟୁମେଂଟ ଏବଂ ସେଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଂଟ ମିଳିଛି। ବର୍ତମାନ ଏହି ସମସ୍ତ ଡକ୍ୟୁମେଂଟ ଯାଂଚ କରାଯାଉଛି। ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଏହି ମାମଲାର ଗଭୀର ତଦନ୍ତ କରାଯାଉଛି।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ