ଚମ୍ପୁଆ, ୨୬ ଅଗଷ୍ଟ(ହି.ସ.) – ଚମ୍ପୁଆ ବ୍ଲକ୍ କରଞ୍ଜିଆ ପଂଚାୟତ ଅନ୍ତର୍ଗତ ରାଇଗୁଡ଼ି ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ରାଇଗୁଡ଼ି ଗ୍ରାମର ୰କୈଳାଶ ନାଏକଙ୍କ ସ୍ତ୍ରୀ ସାବିତ୍ରୀ ନାଏକ(୬୫)। ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସାବିତ୍ରୀ କାମରୁ ଫେରି ଶୌଚ ହେବା ପାଇଁ ଘର ନିକଟସ୍ଥ ପୋଖରିକୁ ଯାଇଥିଲେ। ଦୀର୍ଘ ସମୟ ଧରି ସାବିତ୍ରୀ ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରି ପୋଖରୀରୁ ସାବିତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଖବର ପାଇ ଚମ୍ପୁଆ ପୁଲିସ୍ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta