ବଲାଙ୍ଗୀର, ୨୬ ଅଗଷ୍ଟ(ହି.ସ.) – ୨୦୧୪ ମସିହା ବିଧାନସଭାରେ କେବିକେରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ଘୋଷଣା କରିଥିଲେ ରାଜ୍ୟପାଳ କିନ୍ତୁ ବିଜେଡି ସରକାର ନିଜ କଥାକୁ କାର୍ଯ୍ୟକାରୀ ନକରି ବଲାଙ୍ଗୀର ପ୍ରତି କଲା ବେଇମାନି। ଯଦିଓ ସରକାର ଏକ ନିରନ୍ତନ ପ୍ରକ୍ରିୟା ବର୍ତମାନର ମୋହନ ସରକାର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ କେବିକେର ବଲାଙ୍ଗୀର ଅଂଚଳରେ ଦାବି ମୁତାବକ ସ୍ଥାପନ କରିବା କଥା କିନ୍ତୁ ଦୁଃଖର ବିଷୟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଯିଏ କି ବର୍ତମାନ ସରକାରରେ କୃଷି ବିଭାଗ ଦାୟିତ୍ୱରେ ଅଛନ୍ତି, ବିରୋଧିରେ ଥିଲାବେଳେ ତତ୍କାଳିନ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତତ୍କାଳିନ ବିରୋଧି ଦଳନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଯାଇ କୃଷି ବିଶ୍ୱ ବିଦ୍ୟାଳୟ ଦାବି ଜଣାଇଥିଲେ କିନ୍ତୁ ବର୍ତମାନ ସରକାରକୁ ଆସିି ବଲାଙ୍ଗୀରର ନ୍ୟାର୍ଯ୍ୟ ଦାବିକୁ କରିଛନ୍ତି ଉପେକ୍ଷା। ଏଣୁ ବଲାଙ୍ଗୀରବାସୀ ଜାଣିବା ଦରକାର ଯେପରି ୧୦ବର୍ଷ ପୂର୍ବର ଘୋଷଣାକୁ କାର୍ଯ୍ୟକାରୀ ନକରି ବିଜେଡି ସରକାର ବଲାଙ୍ଗୀର ପ୍ରତି ବେଇମାନି କରିଛି ଠିକ୍ ସେହିପରି ବିଜେପି ସରକାରର ଉପମୁଖ୍ୟମନ୍ତ୍ରୀ ଯେ କି ବର୍ତମାନ ବଲାଙ୍ଗୀର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ବିରୋଧିରେ ଥିଲାବେଳେ କୃଷି ବିଶ୍ୱ ବିଦ୍ୟାଳୟ ଦାବି ଓ ସରକାରକୁ ଆସିଲା ପରେ ନ୍ୟାର୍ଯ୍ୟ ଦାବିରୁ ପଛଘୁଂଚା ଦେଇ ବଲାଙ୍ଗୀରବାସୀଙ୍କୁ ଉପେକ୍ଷା କରିଛନ୍ତି ବୋଲି ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ଅଫିସ ସମ୍ମୁଖରେ ଅନୁଷ୍ଠିତ କୃଷି ବିଶ୍ୱ ବିଦ୍ୟାଳୟ ଦାବିକୁ ନେଇ ବିକ୍ଷୋଭ ସମାବେଶରେ ଯୋଗଦେଇ କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର ଉଭୟ ବିଜେଡି ଓ ବିଜେପି ନେତୃତ୍ୱ ବିରୁଦ୍ଧରେ ଗର୍ଜିଛନ୍ତି। ଏହି ସମାବେଶରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ବଲାଙ୍ଗୀର ଏକ କୃଷି ପ୍ରଧାନ ଜିଲ୍ଲା ଏଠାରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହୋଇପାରିଲେ କୃଷି ସମ୍ବନ୍ଧୀୟ ଗବେଷଣା ସମ୍ଭବ ହେବ। ଆମ ଅଂଚଳ କମ୍ ବୃଷ୍ଟିପାତ ଅଂଚଳ ହୋଇଥିବାରୁ କମ୍ ପାଣି ଦରକାର ହେଉଥିବା ବିଭିନ୍ନ ଫସଲର ବିହନ ଉଦ୍ଭାବନ କରିବାରେ ଏହା ସହାୟକ ହେବ, ତା’ସହ ପଶୁ ମତ୍ସ୍ୟ ପାଳନ ଦିଗରେ ନୂତନ କୌଶଳ ପ୍ରୟୋଗ ପାଇଁ କୃଷି ବିଶ୍ୱ ବିଦ୍ୟାଳୟର ଗବେଷଣା ରାସ୍ତା ଦେଖାଇବ ଯାହା ଦ୍ୱାରା କି ଏ ଅଂଚଳର ସମଗ୍ରୀକ ଅର୍ଥନୈତିକ ବିକାଶ ସାଙ୍ଗକୁ କୃଷି ଓ କୃଷକର ଉନ୍ନତି ହେବ କିନ୍ତୁ ଦୁଃଖର ବିଷୟ ୨୦୧୪ ମସିହାରେ କେବିକେରେ ଘୋଷଣା ହୋଇଥିବା କୃଷି ବିଶ୍ୱ ବିଶ୍ୱ ବିଦ୍ୟାଳୟ ସ୍ଥାପନକୁ ନେଇ କୌଣସି ପଦକ୍ଷେପ ନନେବା ବଲାଙ୍ଗୀର ପ୍ରତି ଯେପରି ବିଜେଡି ଦଳ ବେଇମାନି କରିଛି ତାକୁ ଲୋକ ଭୁଲିବେ ନାହିଁ। କେବଳ ସେତିକି ନୁହେଁ ବିଧାନସଭାରେ ତତ୍କାଳିନ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରତ୍ୟେକ ଅଧିବେଶନରେ କୃଷି ବିଶ୍ୱ ବିଦ୍ୟାଳୟ ଦାବି କରିଆସୁଥିଲେ କିନ୍ତୁ ତତ୍କାଳିନ ବିଜେଡି ସରକାର ସେ ଦାବିକୁ ଅଣଦେଖା କରିଛି। ଏପରି ବିଜେପି ସରକାରକୁ ଆସିଲା ପରେ ମଧ୍ୟ ବର୍ତମାନର ଉପମୁଖ୍ୟମନ୍ତ୍ରୀ ଯେ ଏ କି କୃଷି ବିଭାଗ ଦାୟିତ୍ୱରେ ଅଛନ୍ତି ବଲାଙ୍ଗୀରର ନ୍ୟାର୍ଯ୍ୟ ଦାବି ପ୍ରତି ଆଖି ଓ କାନ ବନ୍ଦ କରିଦେଇ ଓଲଟା ତାଙ୍କ ସ୍ଥାନୀୟ ନେତୃତ୍ୱମାନେ କୃଷି ବିଶ୍ୱ ବିଦ୍ୟାଳୟ ପାଇଁ ବଲାଙ୍ଗୀରରେ ଭିତିଭୂମି ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିବା ଅତି ଦୁଃଖଦାୟକ ବୋଲି ସମରେନ୍ଦ୍ର କହିଛନ୍ତି। ଜିଲ୍ଲାରେ ଅସନ୍ନ ମରୁଡ଼ିକୁ ନେଇ କ୍ଷେତ୍ର ପରିଦର୍ଶନ କରି ସମରେନ୍ଦ୍ର କହିଛନ୍ତି ଯେତେ ଶୀଘ୍ର ହେବ ଚାଷୀ କରିଥିବା ଫସଲବୀମାର ବୀମାରାଶି ସରକାର ପ୍ରଦାନ କରିବାର ବ୍ୟବସ୍ଥା କରୁ। କାରଣ ପ୍ରାୟତଃ ଅଂଚଳରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଫସଲ ମରିବାରେ ଲାଗିଛି। ଯାହା କିଛି ବି ବଂଚିଛି ସାର ବିହନର ଅଭାବ ଓ କଳାବଜାରି ଚାଷୀ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ତେଣୁ ସରକାର ଯେତେ ଶୀଘ୍ର ହେବ ଏହାର ପ୍ରତିକାର କରୁ। ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଂଯୋଜନାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ବିଶ୍ୱ ବିଦ୍ୟାଳୟ ଦାବି ପ୍ରତି ବର୍ତମାନ ସରକାରର ଆଭିମୁଖ୍ୟକୁ ନେଇ କଂଗ୍ରେସ ନେତା ବୀରେନ୍ଦ୍ର ବାଗ, ଓମ୍ ପ୍ରକାଶ କୁମ୍ଭାର, ଦିଲିପ ବେହେରା, ଉମାଶଙ୍କର ପଣ୍ଡା, ଅଜୟ ବାଲି, ରାମ ମିଶ୍ର, ରାମଜୀ ଚୌଧୁରି, ସାନନ୍ଦ ମିଶ୍ର, ଅଙ୍କିତ ସାହୁ, ଶ୍ରୀଧର ବାରିକ, ନାସିର ଖାନ, କାନ୍ତେ ପ୍ରଧାନ, ପପୁ ପାତ୍ର, ହୃଦାନନ୍ଦ ମାଝି, ଚିନ୍ମୟ ବେହେରା ପ୍ରମୁଖ ସରକାରଙ୍କ ବିରୁଦ୍ଧରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ନେତା ମନୀଷ ମିଶ୍ର, ସନ୍ତକ ବହିଦାର, ମୁକେଶ ଜୈନ, ଅସୀତ ମିଶ୍ର, ବିପିନ କୁଶଲିଆ, ସରୋଜ ରଥ, ସବିତା ଶତପଥି, ଅନ୍ନପୂର୍ଣ୍ଣା ବଢିଆ, ଆରତିପ୍ରୀତି ନାଗ, କୈଳାସ ମିଶ୍ର, ସଂର୍କିର୍ତନ ମେହେର, ଉପେନ ଦୀପ, ମନବୋଧ ହରପାଲ, ଜୁଲୁ ପଟ୍ଟନାୟକ, ପ୍ରଦୋଶ ପାଣିଗ୍ରାହୀ, କ୍ଷୀରସାଗର ବର୍ମା, ଅରବିନ୍ଦ ସାହୁ, ଉମାକାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ। ବିକ୍ଷୋଭ ସମାବେଶ ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୃଷି ବିଶ୍ୱ ବିଦ୍ୟାଳୟ ଦାବୀ ସମ୍ବର୍ନ୍ଧିୟ ଏକ ସ୍ମାରକ ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ