ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ୨୦୨୪ ମାର୍ଚ୍ଚ ମାସରେ ବିଜେଡି ସରକାର ଭଦ୍ରକ ଜିଲ୍ଲାର ଧାମରାକୁ ନୂତନ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ଘୋଷଣା କରିଥିଲେ। ମାତ୍ର ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ଗତ ଅଗଷ୍ଟ ୧୭ ତାରିଖରେ ରାଜ୍ୟରେ ୧୨ଟି ନୂଆ ବିଜ୍ଞାପିତ ଅଂଚଳ ପରିଷଦ ଗଠନ କରାଯାଇଛି ଏବଂ ଏ ନେଇ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ଧାମରାକୁ ବାଦ ଦିଆଯାଇଛି। କେଉଁ ପରିସ୍ଥିତିରେ ଧାମରା ଅଂଚଳ ଜନସାଧାରଣ ଦାବି, କ୍ରମବର୍ଦ୍ଧିଷ୍ଣୁ, ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଧାମରାକୁ ଏହି ବିଜ୍ଞପ୍ତିରୁ ବାଦ ଦିଆଗଲା ସେ ନେଇ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଧାମରାଇ ମନ୍ଦିର ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏହି ସମ୍ମିଳନୀରେ ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର ପୌରୋହିତ୍ୟ କରିଥିବା ବେଳେ ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ଜାଗୁଳା ପଂଚାୟତର ସୁରେଶ ମାହୁନ୍ତ, ପ୍ରମୋଦ ନାୟକ, ଦୋସିଙ୍ଗା ପଂଚାୟତ ସୁରେନ୍ଦ୍ର ଜେନା,ନରେନ୍ଦ୍ର ମାଇତି. ପ୍ରଭୁରାମ ଦାସ,ସାଧନ ବେରା,ଧାମରା ପଂଚାୟତର ଦେବାଶିଷ ନାୟକ, ଶରତ ଦଳେଇ, ଜାଗୁଳା ପଂଚାୟତର ଉମେଶ ମହାକୁଡ,ତାରାକାନ୍ତ ସେଠୀ, ମହେଶ୍ୱର ମଲିକ,ଦେବବ୍ରତ ଜତି,କଇଥଖୋଲା ପଂଚାୟତର ଅମୀୟ କୁମାର ମହାପାତ୍ର, ରାଜକିଶୋର ଦିନ୍ଦା ପ୍ରମୁଖ ଉପସ୍ଥିତ ରହିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ ଧାମରାକୁ ଏକ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ଘୋଷଣା କରିବାକୁ ଦାବୀ କରିଛନ୍ତି। ଏଥିସହ ଧାମରା ଭାରତର ଦ୍ୱତୀୟ ବୃହତମ ବନ୍ଦର ର ମାନ୍ୟତା ପାଇଛି ଏବଂ ଧାମରାକୁ ବିଜେଡି ସରକାର ନୂତନ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ଘୋଷଣା କରିଥିବା ବେଳେ ବିଜେପି ସରକାର ଧାମରାକୁ ଏହି ମାନ୍ୟତା ନଦେବା ଧାମରା ଅଂଚଳବାସୀଙ୍କୁ ଧୋକ୍କା ଦେଇଛନ୍ତି। ତୁରନ୍ତ ଧାମରାକୁ ନୂତନ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ମାନ୍ୟତା ଦିଆ ନଗଲେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବା ସହ ଏଥିପାଇଁ ବିଜେପି ସରକାର ଦାୟୀ ରହିବ ବୋଲି ମତ ପ୍ରକାଶ ପାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ପୂର୍ବ ସରକାରଙ୍କ ନିଷ୍ପତି ଅନୁଯାଇ ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ଧାମରା,ଜାଗୁଳା,ଦୋସିଙ୍ଗା ପଂଚାୟତର ୨୫ଟି ରାଜସ୍ୱ ଗ୍ରାମ ଏବଂ ୧୫ରୁ ଅଧିକ ପଡା ଗ୍ରାମ ସହ କଇଥଖୋଲା ପଂଚାୟତର ୧୧ଟି ରାଜସ୍ୱ ଗ୍ରାମ ୧୦ଟି ପଡା ଗ୍ରାମ କୁ ନେଇ ଏହି ବିଜ୍ଞାପିତ ଅଂଚଳ ଘୋଷଣା କରାଯାଇଥିଲା ଏଥିସହ ୩ଟି ପଂଚାୟତର ୨୦ହଜାର ଏକର ଏବଂ କଇଥଖୋଲା ପଂଚାୟତ ତଥା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ୬ହଜାର ଏକର ଜମି ଏବଂ ଧାମରା ବନ୍ଦର ଉପରେ ଏହି ସର୍ଭେ ୨୦୨୧ ମସିହାରେ ହେବା ସହ ଏହାର ଚୁଡାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ କୁ ଦିଆଯିବା ପରେ ବିଜେଡି ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଥିଲେ ମାତ୍ର ବିଜେପି ସରକାର ଅଂଚଳବାସୀଙ୍କୁ ପ୍ରତାରଣା କରି ଧାମରାକୁ ଏହି ବିଜ୍ଞପ୍ତିରୁ ବାଦ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ