ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ଧାମନଗର ରେ ବନ୍ୟା ର ତାଣ୍ଡବ କମିଥିଲେବି ଏବେ ଗାଁ ଭିତରୁ ବନ୍ୟା ଜଳ ଲହଡ଼ି ମାରୁଚି। ସୁଚନା ଥାଉକି ବୈତରଣୀରେ ଜଳସ୍ତର କମିଥିଲେବି ବିପନ୍ନ ଙ୍କ ଦୁର୍ଦ୍ଦଶା ଲାଗି ରହିଛି। ଭଟ୍ଟସାହି, ବୟାଙ୍ଗଡିହ, କୋଠାର, ପାଳସାହି, ରଇପୁର ପଂଚାୟତକୁ ଧିରେ ଧିରେ ବନ୍ୟା ପାଣି ମାଡ଼ିବାରେ ଲାଗିଛି। ଏହିସବୁ ପଂଚାୟତର ଚାଷ ଜମି ବୁଡ଼ି ଯାଇଛି। ଉପର ମୁଣ୍ଡରେ ପାଣି ଖସୁଥିବାବେଳେ ତଳ ମୁଣ୍ଡରେ ପାଣି ମାଡ଼ିବାରେ ଲାଗିଛି। ସେପଟେ ଲଘୁଚାପ ଜନିତ ବର୍ଷା ହେଉଥିବାରୁ ପୁଣି ପାଣି ଆସିବା ଆଶଙ୍କା ରହିଛି। ଏପରି ହେଲେ ପରିସ୍ଥିତି ସଂଗୀନ ହୋଇପଡ଼ିବ ବୋଲି ଆଶଙ୍କା କରାଯାଉଛି। ୫ ଦିନ ହେବ ହସନାବାଦ, ଅର୍ଜୁନପୁର, ପଧାନି, ସୋହଡ଼ା ରେ ବନ୍ୟା ର ତାଣ୍ଡବ କମିଥିବା ବେଳେ ଏବେବି ଗାଁ ଭିତରେ ବନ୍ୟାପାଣି ଲହଡ଼ି ମାରୁଚି । ଅନଳଡିହ ର ୯୦ ରୁ ଅଧିକ ପରିବାର ଜଳବନ୍ଦୀ ଭିତରେ ରହିଛନ୍ତି। ପ୍ରଭାବିତ ଅଂଚଳକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ହସନାବାଦ, ଧୁଷୁରୀ, ଅର୍ଜୁନପୁର, ପଧାନି ଓ ସୋହଡ଼ା ପଂଚାୟତର ବନ୍ୟା ପ୍ଳାବିତ ଅଂଚଳ ବୁଲି ଦେଖିଛନ୍ତୀ । ଗାଁରେ ବନ୍ୟା ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି।ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।ବନ୍ୟାଂଚଳ ରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ ରାୟଙ୍କ ବନ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ ରନ୍ଧାଖାଦ୍ୟ ସମୟ ବଡେଇବା ମନ୍ତ୍ରୀ ଆଲୋଚନା କରିଥିଲେ। ୫ ଟି ପଂଚାୟତର ୨୫ ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ବିପନ୍ନଙ୍କୁ ଖାଇବାକୁ ଦିଆଯାଉଛି। ବିଡିଓ ବନବିହାରୀ ଦିନ୍ଦା, ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀଙ୍କ ଏସବୁର ଅନୁଧ୍ୟାନ କରୁଛନ୍ତି। ସେହିପରି ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କୁ ବିସ୍କୁଟ, ଚୁଡ଼ା, ଚିନି ଓ ଦିଆସିଲି ଯୋଗାଇ ଦିଆଯାଇଛି। ହେଲେ କୁଅ, ନଳକୁଅ ବୁଡ଼ି ଯାଇଥିବାରୁ ପିଇବା ପାଣି ପାଇଁ ଲୋକେ ବହୁ ଅସୁ ବିଧାରେ ସମ୍ମୁଖୀନ ହେଉଛନ୍ତି। ବନ୍ୟା କମୁ ଥିଲେବି ଛନ୍ଦାସାହି - ଗୁଡୁପୋଖରି, ଧାମନଗର - ଫଳପୁର, ଅନଳଡିହ - ଅସ୍ତକ, ଧୁଷୁରୀ-ହସନାବାଦ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ବିଭିନ୍ନ ପଂଚାୟତର ହଜାର ହଜାର ହେକ୍ଟର ଚାଷ ଜମି ବୁଡ଼ି ରହିଥିବାରୁ ଧାନ ଚାଷ ନଷ୍ଟ ହେବା ଆଶଙ୍କା ରହିଛି। ବନ୍ୟା ଅଂଚଳରେ ଗୃହପାଳିତ ପଶୁଙ୍କୁ ଏଯାଏ ଗୋ ଖାଦ୍ୟ ମିଳିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଗୋଟେ ଦିନ ପରେ ଗୋଖାଦ୍ୟ ମିଳିଯିବ ବୋଲି ବିଡ଼ିଓ ଶ୍ରୀ ଦିନ୍ଧା କହିଛନ୍ତି ।ତେବେ ବନ୍ୟା ବିପନ୍ନ ମାନେ ଅନେକ ଦୁର୍ଦ୍ଦଶା ରେ ଅଛନ୍ତି ସେମାନଙ୍କ ପାଖରେ ରିଲିଫ ପହଂଚି ନାହିଁ ପାଣି ନାହିଁ, କି ବନ୍ୟାର ଚାରିଦିନ ପରେବି ଗୋଖାଦ୍ୟ ପହଂଚି ନାହିଁ ବୋଲି କଂଗ୍ରେସ ନେତା ରମେଶ ବେହେରା ଅଭିଯୋଗ କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ