ଧାମନଗର - ମହମ୍ମଦ ଓ ଗଣେଶ ପୂଜା ପାଇଁ ପ୍ରଶାସନ ସ୍ତରରେ ଶାନ୍ତି କମିଟି ବୈଠକ, କମିଟିରେ ମୃତ ସଦସ୍ୟଙ୍କ ନାମ କାଟିବାକୁ ନିଷ୍ପତି
ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ପବିତ୍ର ଗଣେଶ ପୂଜା ଚଳିତ ମାସ ୨୭ ତାରିଖ ଓ ମହମ୍ମଦ ଙ୍କ ଜୟନ୍ତୀ ତା ୪ /୯/୨୫ ରିଖ ରେ ଅନୁଷ୍ଠିତ ହେବ। ଏ ନେଇ ମଙ୍ଗଳବାର ଦିନ ୪ ଟା ବେଳେ ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।କମିଟି ର ଆବାହକ ତଥା ତହସି
DHAMNAGAR SHANTI COMMITTEE-22


ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ପବିତ୍ର ଗଣେଶ ପୂଜା ଚଳିତ ମାସ ୨୭ ତାରିଖ ଓ ମହମ୍ମଦ ଙ୍କ ଜୟନ୍ତୀ ତା ୪ /୯/୨୫ ରିଖ ରେ ଅନୁଷ୍ଠିତ ହେବ। ଏ ନେଇ ମଙ୍ଗଳବାର ଦିନ ୪ ଟା ବେଳେ ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।କମିଟି ର ଆବାହକ ତଥା ତହସିଲଦାର ଶାଇଶ୍ରୀ ଲୋକନାଥ ସେଠୀ ସଂଚାଳନ କରିଥିଲେ । ଅତିଥି ଭାବେ ସାଂସଦ ପ୍ରତିନିଧି ସରୋଜ ମହାପାତ୍ର, ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ଧାମନଗର ଥାନା ଅଧିକାରି ଗୋପାଳ ଜେନା ଯୋଗଦେଇ ଥିବା ବେଳେ କିପରି ଭାବେ ଦୁଇଟି ପର୍ବ ଶାନ୍ତି ଶୃଙ୍ଖଳା ସହ ଶେଷହ୍ୱେ ସେ ଦିଗରେ ସଦସ୍ୟ ଙ୍କ ସହଯୋଗ ଲୋଡ଼ିଥିଲେ। ତେବେ ଉକ୍ତ ପର୍ବ ଓ ପୂଜା ରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଡିଯେ କୁ ବାରଣ କରା ଯାଇଥିଲା। ପର୍ବ ସମୟରେ ରେ ବଜାର ରେ ଯେପରି ଭିଡ ନ ହୁଏ, ଉଠା ଦୋକାନ ଙ୍କୁ ସ୍ଥାନାନ୍ତର ସମ୍ପର୍କ ରେ ମଧ୍ୟ ଆଲୋଚନା ହୋଇଥିଲା ।ଅପର ପକ୍ଷେ ଉକ୍ତ ଶାନ୍ତି କମିଟିରେ ସରକାରି ଅଧିକାରି ନିର୍ବାଚିତ ପ୍ରତିନିଧି ଓ ଉଭୟ ସମ୍ପ୍ରଦାୟ ର ମୂରବୀ ଙ୍କୁ ନେଇ ଶାନ୍ତି କମିଟି ରେ ୬୦ ସଦସ୍ୟ ଥିବାବେଳେ ବୈଠକ ରେ ୧୫ ରୁ ୨୦ ଜଣ ପ୍ରତେକ ବୈଠକ ରେ ଉପସ୍ଥିତ ରହିବା ଓ ଉକ୍ତ କମିଟି ରେ ଦୀର୍ଘଦିନ ହେବ ମୃତ ସଦସ୍ୟ ଙ୍କ ନାମ କଟା ନ ଯିବା ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା । ସଦସ୍ୟ ଜ୍ଞାନରଞ୍ଜନ ମହାକୁଡ଼ ଅଭିଯୋଗ କରିଥିଲେ ଯେ ଉକ୍ତ କମିଟି ର ବରିଷ୍ଟ ସଦସ୍ୟ ପିତାମ୍ବର ପାତ୍ର ,ରଘୁନାଥ ସାହୁ, ତପନ ରାଉତ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ଦିନ ହେବ ସେମାନଙ୍କ ନାମ ଶାନ୍ତି କମିଟି ତାଲିକାରେ ନାମ କଟିନାହିଁ। ଏ ନେଇ ମଧ୍ୟ ପୂର୍ବରୁ ବୈଠକ ରେ ନାମ କାଟିବା ପାଇଁ ନିଷ୍ପତି ହୋଇଥିବା ତାଙ୍କ ନାମ କାହିଁକି କଟା ଯାଇନାହିଁ ଏବଂ ଏ ନେଇ ସାମାଜିକ ଗଣ ମାଧ୍ୟମରେ ଉକ୍ତ କଥା ଘୁରି ବୁଲୁଛି ବୋଲି ଶ୍ରୀ ମହାକୁଡ ଅଭିଯୋଗ କରିଥିଲେ ।ତେବେ ଜିଲ୍ଲାପାଳ ଙ୍କ ସହ ଆଲୋଚନା ପରେ ଖୁବ ଶୀଘ୍ର ସମସ୍ୟା ର ସମାଧାନ କରା ଯିବବୋଲି ତହସିଲଦାର ତଥା ଆବାହକ ଶ୍ରୀ ସେଠୀ ସୂଚନା ଦେଇଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande