ଜମ୍ମୁ, 26 ଅଗଷ୍ଟ (ହି.ସ.)- ଲଗାତର ପ୍ରବଳ
ବର୍ଷା ଯୋଗୁ ଜମ୍ମୁରେ ତୱି ନଦୀ 14 ଫୁଟ୍ ଆଲର୍ଟ ସ୍ତରକୁ ଛୁଇଁଛି। ଜମ୍ମୁ (ଅଖନୂର) ଅଞ୍ଚଳରେ
ଚିନାବ ନଦୀ 30 ଫୁଟ୍ 8 ଇଞ୍ଚ ଉଚ୍ଚତାରେ ପ୍ରବାହିତ ହେଉଛି , ଯାହା ବନ୍ୟା ଆଲର୍ଟ ସ୍ତରରୁ 1 ଫୁଟ୍ 4 ଇଞ୍ଚ ତଳେ ଅଛି। ବଲୋଲେ ନାଳ
ବର୍ତ୍ତମାନ ଗ୍ରୀନ୍ ଜୋନ୍ରେ ଅଛି ଏବଂ ଆଲର୍ଟ ସ୍ତରରୁ 4 ଫୁଟ୍ 8 ଇଞ୍ଚ ତଳେ ପ୍ରବାହିତ ହେଉଛି ।
ଏହି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅରେଞ୍ଜ୍ ଆଲର୍ଟ ଜାରି କରିଛି ଏବଂ ପ୍ରଶାସନ
ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବା ନିଷ୍ପତ୍ତି ନେଇଛି। ସାମ୍ବା ଜିଲ୍ଲାର ବସନ୍ତର ନଦୀ
9.0 ଫୁଟରେ ପ୍ରବାହିତ ହେଉଛି, ଯାହା ନିଷ୍କାସନ ସ୍ତରରୁ ବହୁତ ଉପରେ ବୋଲି ପାଣିପାଗ ବିଭାଗ
କହିଛି । ସାମ୍ବାରେ ଦେୱକ ନଦୀ ବିପଦ ସଂକେତର 4.3 ଫୁଟ ଉପରେ ପ୍ରବାହିତ ହେଉଛି । ବେଇଂ ନାଳ
3.3 ଫୁଟ ଆଲର୍ଟ ସ୍ତର ପାଖାପାଖି ପ୍ରବାହିତ ହେଉଛି ।
ଆଜି ବି ଜମ୍ମୁରେ ବାଦଲ
ଛାଇ ରହିଛି ଏବଂ ପ୍ରବଳ ବର୍ଷା ଜାରି ରହିଛି । କିନ୍ତୁ ମୂଷଳଧାରାରେ ବର୍ଷା ହୋଇପାରେ ବୋଲି
ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ଅରେଂଜ ଆଲର୍ଟ ଜାରି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା