ସରକାର ସଂସଦରେ ପରମାଣୁ ଶକ୍ତି ଉପରେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲିଗଲେ : ଜୟରାମ ରମେଶ
ନୂଆଦିଲ୍ଲୀ, ୨୬ ଅଗଷ୍ଟ (ହି.ସ.)- ସଂସଦର ସଦ୍ୟ ସମାପ୍ତ ମୌସୁମୀ ଅଧିବେଶନରେ ପରମାଣୁ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର କୌଣସି ଠୋସ୍ ପଦକ୍ଷେପ ନେଉ ନଥିବା କଂଗ୍ରେସ ମହାସଚିବ ଜୟରାମ ରମେଶ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ତାଙ୍କ ପୋଷ୍ଟରେ ସେ କହିଛନ୍ତି ଯେ
ସରକାର ସଂସଦରେ ପରମାଣୁ ଶକ୍ତି ଉପରେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲିଗଲେ : ଜୟରାମ ରମେଶ


ନୂଆଦିଲ୍ଲୀ, ୨୬ ଅଗଷ୍ଟ (ହି.ସ.)- ସଂସଦର ସଦ୍ୟ ସମାପ୍ତ ମୌସୁମୀ ଅଧିବେଶନରେ ପରମାଣୁ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର କୌଣସି ଠୋସ୍ ପଦକ୍ଷେପ ନେଉ ନଥିବା କଂଗ୍ରେସ ମହାସଚିବ ଜୟରାମ ରମେଶ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ତାଙ୍କ ପୋଷ୍ଟରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ୨୦୨୫-୨୬ ବଜେଟରେ ପରମାଣୁ ଶକ୍ତି ବିଷୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସଂସଦ ଅଧିବେଶନରେ ସେଗୁଡ଼ିକ ସହିତ ଜଡ଼ିତ ଗୋଟିଏ ବି ବିଲ୍ ଆଗତ କରାଯାଇ ନଥିଲା । ଏଥି ସହିତ ସେ କଂଗ୍ରେସ ସରକାର ସମୟରେ ଅଣାଯାଇଥିବା ପରମାଣୁ କ୍ଷତି ନିମନ୍ତେ ନାଗରିକ ଦାୟିତ୍ୱ ଆଇନ, ୨୦୧୦ର ସଂଶୋଧନ ଉପରେ ମଧ୍ୟ ଆପତି କରିଥିଲେ ।

ଜୟରାମ ରମେଶ କହିଛନ୍ତି ଯେ, ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ଦୁଇଟି ପ୍ରମୁଖ ସଂସ୍କାର ଘୋଷଣା କରିଥିଲେ । ପ୍ରଥମତଃ, ପରମାଣୁ କ୍ଷତି ନିମନ୍ତେ ନାଗରିକ ଦାୟିତ୍ୱ ଆଇନ, ୨୦୧୦ରେ ସଂଶୋଧନ ଏବଂ ଦ୍ୱିତୀୟତଃ, ପରମାଣୁ ଶକ୍ତି ଆଇନରେ ସଂଶୋଧନ କରି ଘରୋଇ କମ୍ପାନୀଗୁଡ଼ିକୁ ପରମାଣୁ ପ୍ଲାଂଟ ସ୍ଥାପନ ଏବଂ ପରିଚାଳନା କରିବାକୁ ଅନୁମତି ଦେବା ।

ସେ କହିଛନ୍ତି ଯେ, କ’ଣ ସରକାର ଏହି ବିଲ୍ ଗୁଡିକୁ ତିନି ମାସ ପରେ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ଆଗତ କରିବେ ନା ଏସବୁକୁ ମଧ୍ୟ ଥଣ୍ଡା ବସ୍ତାରେ ଭର୍ତି କରିଦିଆଯିବ । ସେ କହିଛନ୍ତି ଯେ, ସେହି ପ୍ରସ୍ତାବିତ ବିଲ୍ ର ର କ'ଣ ହେଲା, ଯାହାକି ଏକ ସ୍ୱତନ୍ତ୍ର ନିୟାମକ ସଂସ୍ଥାର ପ୍ରତିଷ୍ଠା ସହିତ ଜଡ଼ିତ ଅଟେ । ଏକ ସଂସ୍ଥା ଯାହା ପରମାଣୁ ଶକ୍ତି ପ୍ରତିଷ୍ଠାନର ଅଂଶ ନହେଉ ଏବଂ ଯାହା ନିୟନ୍ତ୍ରଣର ପାରଦର୍ଶିତା ଏବଂ ନିରପେକ୍ଷତା ସୁନିଶ୍ଚିତ କରିପାରିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande