ବଲାଙ୍ଗିର, 26 ଅଗଷ୍ଟ (ହି.ସ.)
ସଇଁତଲା ବ୍ଲକସ୍ତରୀୟ ୧୭ବର୍ଷ ରୁ କମ ବାଳକବାଳିକା ମାନଙ୍କ ହ୍ୟାଣ୍ଡ ବଲ୍ ଚୟନ ଶିବିର ପଂଚାୟତ ସମିତି ହାଇସ୍କୁଲ ବେନର ରେ ରମେଶ ସିଂଭୋଇ ଖେଳ ପଡିଆରେ ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଛି । ବ୍ଲକ ସମ୍ପାଦକ ରଞ୍ଜିତା ମିଶ୍ରଙ୍କ ତତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ବାଳିକା ବିଦ୍ୟାଳୟ ସଇଁତଲା (ଅନୁଷିତ ଜାତି ଓ ଜନ ଜାତି) ପ୍ରଧାନ ଶିକ୍ଷୟତ୍ରୀ ଶୀମତୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳର ମହତ୍ୱ ଉପରେ ଆଲୋକପାତ କରିଥିଲେ l ଏଥିରେ ୪ଟି ଜୋନରୁ ୭୦ଜଣ ଖେଳାଳି ଓ ୧୦ ଜଣଖେଳ ଶିକ୍ଷକ ଯୋଗ ଦେଇ ଥିଲେ । ଏହି ଖେଳକୁ ଖେଳ ଶିକ୍ଷକ ବିନୋଦ ବିହାରୀ ବେହେରା, ରାଜବିହାରୀ ବଞଛୋର, ସୁନୀଲ ମହାପାତ୍ର, ପ୍ରଶାସନ ବାଗ, ନରୋତ୍ତମ ମଲ୍ଲିକ, ରଂଜିତ କୁଆଁର, ପ୍ରଭୁଦତ୍ତ ଧାରୁଆ ରଶ୍ମିତା ବିଶ୍ୱାଳ, ହିମାଂଶୁ ବିଶ୍ୱାଳ ଦିନମଣି ପୋଡ଼ ପରିଚାଳନା କରିଥିଲେ, ଏହି ଶିବିର ରୁ ୧୦ଜନ ବାଳକ ଓ ୧୦ଜନ ବାଳିକାକୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଚୟନ କରାଯାଇ ଥିଲା, ଆସନ୍ତା ୧୨-୯-୨୫ରେ ଖପ୍ରାଖୋଲ ଠାରେ ଜିଲ୍ଲା ହ୍ୟାଣ୍ଡ ବଲ୍ଲ ହେବ ବୋଲି ସମ୍ପାଦକ ରଞ୍ଜିତା ମିଶ୍ର ସୂଚନା ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ