ଜୟପୁର, ୨୬ ଅଗଷ୍ଟ (ହି.ସ.)-
ଜୟପୁର ପୌରସଂସ୍ଥାରେ ବର୍ତ୍ତମାନ ଏକ ବିବାଦିୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହିପରି ଗତ ୫ ମାସରୁ ଉର୍ଦ୍ଧ୍ବ ହେଲାଣି ପୌର କାଉନସିଲ ବୈଠକ ଅନୁଷ୍ଠିତ ହୋଇନଥିବା ଯୋଗୁଁ ଉପାଧ୍ୟକ୍ଷଙ୍କ ନେତୃତ୍ବରେ ଚଳିତ ମାସରେ ୨ ଥର ଏକ ଦାବିପତ୍ର କାଉନସିଲର ମାନେ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ । ଏନେଇ ପୌରସଂସ୍ଥା ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ ଆଲୋଚନା ନେଇ ପ୍ରସ୍ତାବ ପ୍ରଦାନ କରାଯାଇ ଆଜି ପୂର୍ବାହ୍ନ ୧୧ଟା ସମୟରେ ଆୟୋଜନ ହେବା ନେଇ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ପତ୍ର ମାଧ୍ୟମରେ ଆହ୍ବାନ କରିଥିଲେ । ଏହିପରି ଉପାଧ୍ୟକ୍ଷା ବି. ସୁନିତାଙ୍କ ସମେତ ବିଜେଡି ସମର୍ଥିତ ୧୫ ଜଣ କାଉନସିଲର ଏବଂ କଂଗ୍ରେସ ସମର୍ଥିତ ୧୧ ଜଣ କାଉନସିଲର ପୌର ସମ୍ମିଳନୀ କକ୍ଷଠାରେ ଉପସ୍ଥିତ ଥିଲେ । ଏହିପରି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଏ.ଶଶ୍ୟା ରେଡ୍ଡି ଏବଂ ମୁଖ୍ୟ କିରାଣୀଙ୍କ ସମତେ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । କିନ୍ତୁ ଅଧ୍ୟକ୍ଷ ଶ୍ରୀ ମହାନ୍ତି ବୈଠକକୁ ଆସିନଥିଲେ ଫଳରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଉପାଧ୍ୟକ୍ଷା ଏବଂ କାଉନସିଲର ମାନେ ସମ୍ମିଳନୀ କକ୍ଷରୁ ବାହାରକୁ ଚାଲି ଆସିଥିଲେ । ଏହିପରି ପୌର ଅଧ୍ୟକ୍ଷ ଶ୍ରୀ ମହାନ୍ତି ଶରୀର ଅସୁସ୍ଥ ରହିଥିବା ଯୋଗୁଁ ଉପାଧ୍ୟକ୍ଷା ଶ୍ରୀମତି ସୁନିତାଙ୍କୁ ଏହି ବୈଠକର ଅଧ୍ୟକ୍ଷତା କରିବାକୁ ଚିଠି ମାଧ୍ୟମରେ ଦାୟୀତ୍ବ ପ୍ରଦାନ କରିଥିଲେ । କିନ୍ତୁ ଏହାକୁ ନିର୍ଦ୍ଧାରିତ ୧୧ଟା ବେଳେ ବୈଠକ ଆୟୋଜିତ ହେବାକୁ ଥିବାବେଳେ ୧୧ ଟା ୨୦ ମିନିଟରେ ଅନଔପଚାରିକ ଭାବେ ପୌର ଅଧ୍ୟକ୍ଷଙ୍କ ଜଣେ ବ୍ୟକ୍ତି ପ୍ରଦାନ କରିଥିବା ଯୋଗୁଁ ଏହାକୁ ଉପାଧ୍ୟକ୍ଷ ଶ୍ରୀମତି ସୁନିତା ଗ୍ରହଣ କରିନଥିଲେ । ସେହିପରି ଶେଷରେ ନିର୍ବାହୀ ଅଧିକାରୀ ଔପଚାରିକ ଭାବେ ଏହିପତ୍ର ମୁଖ୍ୟ କିରାଣୀଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । କିନ୍ତୁ, ବିଳମ୍ବରେ ଏହି ଚଠି ପ୍ରଦାନ କରାଯାଇଥିବା ଯୋଗୁଁ ଏହାକୁ ସେ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ଭାବେ ମନା କରିଥିଲେ । ଏହିପରି ସହରର ବିକାଶ କାର୍ଯ୍ୟର ଆଲୋଚନା ପାଇଁ ଆୟୋଜିତ ପୌରସଂସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକକୁ ଅଧ୍ୟକ୍ଷ ଶ୍ରୀ ମହାନ୍ତି ଆସିନଥିବା ବେଳେ ଉପାଧ୍ୟକ୍ଷା ଶ୍ରୀମତି ସୁନିତାଙ୍କୁ ବିଳମ୍ବରେ ଦାୟୀତ୍ବ ପ୍ରଦାନ କରାଯାଇଥିବା ଯୋଗୁଁ ଏହି ବୈଠକ ଶେଷରେ ସ୍ଥଗିତ ରଖାଯାଇଥିଲା । ସହରର ବିକାଶ ନେଇ ସ୍ଥାନୀୟ ପୌରସଂସ୍ଥା ଲୋକ ପ୍ରତିନିଧି ମାନଙ୍କ ୨୮ଟି ୱାର୍ଡର ବାସିନ୍ଦା ମାନେ ଭୋଟ ଦେଇ ବିଜୟୀ କରିଥିବା ବେଳେ ଏହିପରି ଦୀର୍ଘ ୫ ମାସ ନେଇ କାଉନସିଲ ବୈଠକ ଅନୁଷ୍ଠିତ ହେଉନଥିବା ଏବଂ ଅନ୍ୟାନ୍ୟ ଉନ୍ନତିମୂଳକ ଓ ବିକାଶ କାର୍ଯ୍ୟ ନେଇ କୌଣସି ତତ୍ପରତା ଦେଖାଉନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏହିପରି ଆଗାମୀ ବୈଠକ କେବେ ହେବ ଏହା ମଧ୍ୟ ସ୍ଥିର ହୋଇପାରନାହିଁ । ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ମୁହାଁମୁହିଁ ପରସ୍ଥିତିରେ ରହିଥିବା ବେଳେ ବୈଠକକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଏହିପରି ପୌର ନିର୍ବାହୀ ଅଧିକାରୀ କୁମାର ରେଡ୍ଡି ବୈଠକକୁ ଆସିଥିଲେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ଏବଂ କହିଛନ୍ତି ଯେ, ବୈଠକ ଆୟୋଜନ ନେଇ ପୌର ପ୍ରଶାସନ ପ୍ରସ୍ତୁତ ଏବଂ ସମସ୍ତ ବିଷୟ ନେଇ ଆଲୋଚନା ହେବାରେ କୌଣସି ସମସ୍ୟା ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପିକେପି