ବେଙ୍ଗାଲୁରୁ, ୨୬ ଅଗଷ୍ଟ (ହି.ସ.)- କର୍ଣ୍ଣାଟକ ବିଧାନସଭାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଗୀତ ଗାଇବା ପାଇଁ ସମାଲୋଚନା ପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ଷମା ମାଗିଛନ୍ତି । ଶିବକୁମାର ଗାନ୍ଧୀ ପରିବାର ସହିତ ତାଙ୍କର ସମ୍ପର୍କକୁ ଭକ୍ତ ଏବଂ ଭଗବାନଙ୍କ ସମ୍ପର୍କ ଭାବରେ ବର୍ଣ୍ଣନା କରିଥିଲେ ।
ମଙ୍ଗଳବାର ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସ୍ପଷ୍ଟ କରିଛନ୍ତି ଯେ, ଯଦି ମୋର କୌଣସି କାର୍ଯ୍ୟ କିମ୍ବା କଥା ଦ୍ୱାରା କାହାକୁ ଆଘାତ ଲାଗିଛି, ତେବେ ମୁଁ କ୍ଷମା ମାଗିବାକୁ ପ୍ରସ୍ତୁତ । ମୋର ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ ଦେବା ନୁହେଁ । ମୁଁ ସମସ୍ତଙ୍କୁ କ୍ଷମା ମାଗିବି । ତାଙ୍କ ନିଜ ଦଳର ଯେଉଁମାନେ ତାଙ୍କ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି ସେମାନଙ୍କ ପ୍ରତି ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ, ଯେଉଁମାନେ ତାଙ୍କ କଥା ଉପରେ ପ୍ରଶ୍ନ ଉଠାଇଛନ୍ତି ସେମାନେ ମୂର୍ଖ । ପୂର୍ବତନ ମନ୍ତ୍ରୀ କେଏନ ରାଜନ୍ନା ପ୍ରତି ଜବାବରେ କହିଛନ୍ତି ଯେ, ସେ ଯାହାକୁ ପରାମର୍ଶ ଦେବାକୁ ଚାହାଁନ୍ତି, ତାଙ୍କୁ ପରାମର୍ଶ ଦିଅନ୍ତୁ । ସେ କହିଛନ୍ତି ଯେ ତାଙ୍କୁ ମୁଁ କିଛି କହିବାର ଆବଶ୍ୟକତା ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ