ମହରମପୁର ଗୋପୀନାଥ ସହଯୋଗ ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ, ଆବଶ୍ୟକ ଶିକ୍ଷକ ପଦବି ପୂରଣ ନହେଲେ ଆନ୍ଦୋଳନ
ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ମହରମପୁର ପଂଚାୟତ ଅଧୀନରେ ଥିବା ଗୋପୀନାଥ ସହଯୋଗ ନୋଡାଲ ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଅବିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ଆବଶ୍ୟକ ଶିକ୍ଷକ ପଦବି ପୂରଣ ନହେଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇ
MAHARAMPUR GOPINATH SHOOL SIKHYAKA PADABI PURAN DABI


ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ମହରମପୁର ପଂଚାୟତ ଅଧୀନରେ ଥିବା ଗୋପୀନାଥ ସହଯୋଗ ନୋଡାଲ ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଅବିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ଆବଶ୍ୟକ ଶିକ୍ଷକ ପଦବି ପୂରଣ ନହେଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସୋମବାର ମନୋଜ ଦାଶ, ଆଲୋକ ବିକାଶ ପ୍ରିୟଦର୍ଶି, ମନୋଜ ରାଉତ, ପୁରୁଷୋତମ ଜେନା, ରଂଜନ ନାୟକ, ସୁଜିତ୍ ସାହୁ, ମାଧବ ଚନ୍ଦ୍ର ପଶୁପାଳକ, ବିଷ୍ଣୁ କୁଅଁର, ଅକ୍ଷୟ କୁମାର ପାଣି, କାର୍ତିକ ଚନ୍ଦ୍ର ବାରିକ ପ୍ରମୁଖଙ୍କ ସହିତ ବହୁ ଗ୍ରାମବାସୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ଅନୁପସ୍ଥିତ ଥିବା ବେଳେ କିରାଣି ପ୍ରସନ୍ନ ନାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଗୋପୀନାଥ ସହଯୋଗ ନୋଡାଲ ସ୍କୁଲରେ ପ୍ରଥମରୁ ୭ମଶ୍ରେଣୀ ପର୍ଯ୍ୟନ୍ତ ରହିଛି। ସ୍କୁଲରେ ୨୧୩ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆନୁପାତିକ ହାରରେ ୨୧୩ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ୯ଜଣ ଶିକ୍ଷକଙ୍କର ଆବଶ୍ୟକତା ରହିଛି। ଏପରି ସ୍ଥଳେ ସ୍କୁଲରେ ମାତ୍ର ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୀର୍ଘ ୪ବର୍ଷ ଧରି ସ୍କୁଲରେ ଏପରି ଶିକ୍ଷକ ଅଭାବ ରହିଛି। ଯାହାଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ତେବେ ଆଗାମୀ ୧୫ଦିନ ମଧ୍ୟରେ ଆବଶ୍ୟକ ଶିକ୍ଷକ ପଦବି ପୂରଣ କରାନଗଲେ ସ୍କୁଲ ପରିଚାଳନା କମିଟି ସଭ୍ୟସଭ୍ୟା, ଅବିଭାବକ, ଅବିଭାବିକା ଓ ଗ୍ରାମବାସୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଦର୍ଶାଯାଇଛି। ତେବେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ କରିବା ଦିଗରେ ପଦକ୍ଷେପ ନେଲେ ଶିକ୍ଷା ବ୍ୟବସ୍ଥା ଶୃଙ୍ଖଳିତ ହୋଇପାରିବ ବୋଲି ସେମାନେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande