ସ୍ୱଚ୍ଛ ସର୍ବେକ୍ଷଣର ପ୍ରସ୍ତୁତି ସମୀକ୍ଷା କଲେ ମନୋହର ଲାଲ, ସ୍ୱଚ୍ଛ ସହର ଯୋଡି ପଦକ୍ଷେପର ଶୁଭାରମ୍ଭ
ନୂଆଦିଲ୍ଲୀ, 26 ଅଗଷ୍ଟ (ହି.ସ.)-କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ମଙ୍ଗଳବାର ସ୍ୱଚ୍ଛ ସର୍ବେକ୍ଷଣ 2025 ପ୍ରସ୍ତୁତିର ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ସ୍ୱଚ୍ଛତା ପଖୱାଡ଼ାର ରଣନୀତି, ପାରମ୍ପରିକ କିମ୍ବା ଲିଗେସି ଅପଶିଷ୍ଟ ପ୍ରବନ୍ଧନ, ନାଗରିକ ଅଂଶଗ୍ରହଣ,
ସ୍ୱଚ୍ଛ ସର୍ବେକ୍ଷଣର     ପ୍ରସ୍ତୁତି ସମୀକ୍ଷା କଲେ ମନୋହର ଲାଲ, ସ୍ୱଚ୍ଛ ସହର ଯୋଡି ପଦକ୍ଷେପର ଶୁଭାରମ୍ଭ


ନୂଆଦିଲ୍ଲୀ, 26 ଅଗଷ୍ଟ (ହି.ସ.)-କେନ୍ଦ୍ର

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ମଙ୍ଗଳବାର ସ୍ୱଚ୍ଛ ସର୍ବେକ୍ଷଣ 2025 ପ୍ରସ୍ତୁତିର ସମୀକ୍ଷା

ବୈଠକ କରିଛନ୍ତି। ଏହି ବୈଠକରେ ସ୍ୱଚ୍ଛତା ପଖୱାଡ଼ାର ରଣନୀତି, ପାରମ୍ପରିକ କିମ୍ବା ଲିଗେସି ଅପଶିଷ୍ଟ ପ୍ରବନ୍ଧନ, ନାଗରିକ ଅଂଶଗ୍ରହଣ, ସ୍ୱଚ୍ଛତା ଆପ୍‌ ବ୍ୟବହାର ଓ ନିର୍ଦ୍ଧାରିତ ସ୍ୱଚ୍ଛତା ଲକ୍ଷ୍ୟ

ୟୁନିଟଗୁଡିକ ବିଷୟରେ ବିଶେଷ ଆଲୋଚନା ହୋଇଛି ।

ମନୋହର ଲାଲ ଏକ୍ସ ପୋଷ୍ଟ

ମାଧ୍ୟମରେ କହିଛନ୍ତି ଯେ, ସମସ୍ତ ସଂପୃକ୍ତ ବିଭାଗ ଓ ନଗର ନିଗମଗୁଡିକୁ ସ୍ୱଚ୍ଛ ସର୍ବେକ୍ଷଣ ଦିଗରେ ଏକତା ଭାବରେ କାମ

କରିବା ଆବଶ୍ୟକ, ଯାହା

ଦ୍ୱାରା ନଗରୀୟ ଭାରତକୁ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର କରାଯାଇପାରିବ।

ଏହି ଅବସରରେ ସେ ‘ସ୍ୱଚ୍ଛ ସହର ଯୋଡ଼ି’ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅନୁସାରେ 72ଟି

ଶୀର୍ଷ ସ୍ଥାନ ଅଧିକାର କରିଥିବା ସହର ଏକ ‘ଇଚ୍ ୱାନ, ଟିଚ୍ ୱାନ’ମଡେଲ୍‌ରେ 72 ଉଦୟମାନ ସହରକୁ ସ୍ୱଚ୍ଛତାରେ ସହଯୋଗ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande