ବାରିପଦା, ୨୬ ଅଗଷ୍ଟ (ହି.ସ.)- ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ସମାରୋହ ପାଳନ ଅବସରରେ ବାରିପଦା ପୌରପାଳିକା ପକ୍ଷରୁ ମେଗା ଚାରା ରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ରଘୁନାଥପୁର ସ୍ଥିତ ସ୍ମାର୍ଟ ସ୍ମଶାନ ଓ ଏଫଏସଟିପି ପ୍ଲାଣ୍ଟ ପରିସରରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ବିଭିନ୍ନ ବୃକ୍ଷର ୧୦୦ରୁ ଉର୍ଦ୍ଧ୍ବ ଚାରାରୋପଣ କରାଯାଇଛି। ନଗରପାଳ କୃଷ୍ଣାନନ୍ଦ ମହାନ୍ତି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଗଛ ମାଟି ମାଆ ପ୍ରତି ଆମର ପ୍ରେମ ଏବଂ ନିବିଡ଼ତାର ପ୍ରତୀକ ଅଟେ। ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ମୂଳ ଉଦ୍ଦେଶ୍ୟ ରହିଛି ବୋଲି ନଗରପାଳ ଶ୍ରୀ ମହାନ୍ତି ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଉପ ନଗରପାଳ ସୀମା ଦାସ, ବାରିପଦା ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସପନ କୁମାର ସାହୁ, କାଉନସିଲର ସୁକେସିନୀ ସେଠି, ଅନୁରାଧା ମହାନ୍ତି, ପୂଜା ତରେଇ, ପ୍ରଭାତୀ ପୃଷ୍ଟି, କରୁଣାକର ହେମ୍ବ୍ରମ, ଦିଗବିଜୟ ହାଁସଦା, ଭାଗ୍ୟଲକ୍ଷ୍ମୀ ନାଏକ, ଜିତା ସିଂ, ଗୋଷ୍ଠୀ ସହାୟିକା କୁନିଆ ସାହୁ, ସହକାରୀ ଯନ୍ତ୍ରୀ ଦେବାଶିଷ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ବୁଦ୍ଧିରାମ ସିଂ, ରଘୁନାଥପୁର ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟଗଣ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଗଣ ଉପସ୍ଥିତ ଥିଲେ। ସ୍ଥାନୀୟ କଚେରୀ ପରିସରରେ ମଙ୍ଗଳବାର ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସଫେଇ ଅନୁଷ୍ଠିତ ହୋଇଛି। ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସାମୁହିକ ଭାବେ ଅଳିଆ ଆବର୍ଜନା ସଫେଇ କରିବା ସହ ବ୍ଳଚିଂ ଆଦି ପକା ଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, ବାରିପଦା ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସପନ କୁମାର ସାହୁ, ବାରିପଦା ଓକିଲ ସଂଘ ସଭାପତି ପ୍ରବୀର କୁମାର ବସା, ସମ୍ପାଦକ ବିପ୍ଳବ ବାରିକ, କାଉନସିଲର ସୁକେସିନୀ ସେଠି, ଅନୁରାଧା ମହାନ୍ତି, ପୂଜା ତରେଇ, ପ୍ରଭାତୀ ପୃଷ୍ଟି, କରୁଣାକର ହେମ୍ବ୍ରମ, ଦିଗବିଜୟ ହାଁସଦା, ଭାଗ୍ୟଲକ୍ଷ୍ମୀ ନାଏକ, ଜିତା ସିଂ, ଅନନ୍ତ ଦାସ, ପ୍ରଭାତ ମହାନ୍ତି, ସମାଜସେବୀ ଅମର ସେଠି, ସ୍ୱଚ୍ଛତା ବିଶେଷଜ୍ଞ ଗୌରୀ ଶଙ୍କର ନାୟକ ଓ ସାର୍ଥକ ପ୍ରୟାସ ପାତ୍ର, ସ୍ୱଚ୍ଛତା ନିରୀକ୍ଷକ ଦେବବ୍ରତ ଦାସ ଓ କମଲ ବାସ୍କେ, ସହକାରୀ ଯନ୍ତ୍ରୀ ଦେବାଶିଷ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ବୁଦ୍ଧିରାମ ସିଂ, ସ୍ୱଚ୍ଛ ସାଥି, ସଫେଇ କର୍ମଚାରୀ, ସତ୍ୟସାଇ ସେବା ସଂସ୍ଥାର ସ୍ୱେଚ୍ଛାସେବୀ ଏବଂ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ