ବଲାଙ୍ଗୀର, ୨୬ ଅଗଷ୍ଟ(ହି.ସ.) – ଆସନ୍ତା ୨୭ତାରିଖରୁ ୩୧ଅଗଷ୍ଟ ଚେନ୍ନାଇ ଠାରେ ଜାତୀୟ ସବ୍ ଜୁନିୟର କିକ୍ ବକ୍ସିଂ ପ୍ରତିଯୋଗିତା ପାଇଁ ବଲାଙ୍ଗୀର ଜିଲ୍ଲା ଅମ୍ରେଚର କିକ୍ ବକ୍ସିଂ ସଂଘରୁ ଜଣେ ପ୍ରତିଯୋଗୀ ମନୋନିତ ହୋଇଛନ୍ତି। ସେ ଶେଖର କିକ୍ ବକ୍ସିଂ ଏକାଡେମୀର ଖେଳାଳି ଅଭିପ୍ସା ହୋତା। ଶେଖର କିକ୍ ବକ୍ସି ଏକାଡେମୀର ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠଙ୍କ ତତ୍ୱାବଧାନରେ ଖେଳିଯିବେ। ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ, ଓଡ଼ିଶା କିକ୍ ବକ୍ସିଂ ସଂଘର ସଭାପତି କାର୍ତିକ ଡାକୁଆ, ବଲାଙ୍ଗୀର ଜିଲ୍ଲା କିକ୍ ବକ୍ସିଂ ସଂଘର ସଭାପତି ଅଯୋଧ୍ୟା ମିଶ୍ର, ସଂପାଦକ ଭଗବାନ କୁମ୍ଭାର, କରାଟେ ସଂଘର ସଂପାଦକ ହୃଦୟ ଶବର ଓ ଶେଖର କିକ୍ ବକ୍ସିଂ ଏକାଡେମୀ ସଦସ୍ୟ ସୁରେନ୍ଦ୍ର ସାହୁ, ବଦ୍ରିନାଥ ହୋତା ପ୍ରମୁଖ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ