ସମ୍ବଲପୁର, ୨୬ ଅଗଷ୍ଟ (ହି.ସ.)-
ଅଗଷ୍ଟ ମାସ ୨୮ ତାରିଖ ଗୁରୁବାର ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ 'ନୂଆଁଖାଇ' ଅର୍ଥାତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ରେ 'ଗୁରସ ରୁକା' ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି l ଏହି ଦିନ ସକାଳ ୫ଟା ୩ ୬ ମି. ରୁ ୭ ଟା ୧୭ ମି. ଏବଂ ଦିନ ୧୦ ଟା ୩୯ ମି. ରୁ ଦିନ ୧ ଟା ୧୧ ମି.କୁ
ଶୁଭଯୋଗ ରହିଛି l ଏଣୁ ସମସ୍ତ ଚାଷୀ କୁଳ ନିଜ ନିଜ ଧାନ କ୍ଷେତରେ କିମ୍ବା ଘରେ ନିଜ ନିଜର ଇଷ୍ଟଦେବୀଙ୍କୁ ଗୁରସ ରେ ସ୍ନାନ କରିପାରିବେ ଆଜି ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ପଣ୍ଡିତ ଉପେନ୍ଦ୍ର ନାରାୟଣ ଭୋଇ ଏବଂ ପୂଜକ ଦେବୀ ପ୍ରସାଦ ଭୋଇ ଲଗ୍ନ ନିର୍ଧାରଣ କରିଛନ୍ତି l 'ଗୁରସ ରୁକା' ପରମ୍ପରାରୁ ହିଁ ମହାନ୍ କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ପାଳନ ର ପୂଜନୋତ୍ସବ ଆରମ୍ଭ ହୋଇଥାଏ l
ନୁଆଁଖାଇ ଦିନରେ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ସମେତ ପଡୋଶୀ ଛତିଶଗଡ ରାଜ୍ୟ ରାୟଗଡ, ଅମ୍ବିକାପୁର, ରାୟପୁର, ମହାସମୁନ୍ଦ ଆଦି ଜ଼ିଲ୍ଲା ରେ ନୂଆଁଖାଇ ପର୍ବ ରେ 'ଗୁରସ ରୁକା' ପରମ୍ପରା ମଧ୍ୟ ଅନୁଷ୍ଠିତ ହୋଇ ଆସୁଅଛି ଏହି କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ରେ 'ଗୁରସ ରୁକା' ପରମ୍ପରା ହେଉଛି ବିଶ୍ୱ ବ୍ରହ୍ମlଣ୍ଡକୁ ଶସ୍ୟ ଶ୍ୟାମଳା କରି ଖାଦ୍ୟ ଯୋଗାଉ ଥିବା ସମସ୍ତ ଅର୍ଣ୍ଣଦାତାଙ୍କ ଅନନ୍ୟ ପରମ୍ପରାର ପ୍ରତୀକ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ