ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରେ ଯୋଗ ଦେଲେ ଅମଲା
ମାଲକାନଗିରି, ୨୬ ଅଗଷ୍ଟ (ହି.ସ.) - ବିଭିନ୍ନ ଦାବି ନେଇ ଜିଲ୍ଲାରେ କାର୍ଯ୍ୟରତ ଅମଲା ମାନେ ତା ୧୧.୮.୨୦୨୫ ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ରହି ତାଙ୍କର ୧୦ ଦଫା ଦାବି ନେଇ ଆନ୍ଦୋଳନରେ ଥିଲେ। ଏହି ପରିପ୍ରେକ୍ଷୀରେ ଅମଲା ମାନେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର
ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରେ ଯୋଗ ଦେଲେ ଅମଲା


ମାଲକାନଗିରି, ୨୬ ଅଗଷ୍ଟ (ହି.ସ.) - ବିଭିନ୍ନ ଦାବି ନେଇ ଜିଲ୍ଲାରେ କାର୍ଯ୍ୟରତ ଅମଲା ମାନେ ତା ୧୧.୮.୨୦୨୫ ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ରହି ତାଙ୍କର ୧୦ ଦଫା ଦାବି ନେଇ ଆନ୍ଦୋଳନରେ ଥିଲେ। ଏହି ପରିପ୍ରେକ୍ଷୀରେ ଅମଲା ମାନେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅମଲା ମାନେ ଏକତ୍ରିତ ହୋଇ ସେମାନଙ୍କର ମୁଖ୍ୟ ଦାବି ଲେଭେଲ ୯ ଓ ପଦବୀ ପୁନର୍ଗଠନ ନିମନ୍ତେ ଦାବିରେ ଅଟଳ ଥିଲେ । ଅମଲା ସଂଘର ଦୀର୍ଘ ୧୫ ଦିନ ଆନ୍ଦୋଳନ ପରେ ରାଜ୍ୟ ବିଜେପି ସଭାପତିଙ୍କ ହସ୍ତକ୍ଷେପ ମୁଖ୍ୟ ଶାସନ ସଚିବ ଏବଂ ରାଜ ରାଜନ୍ତ୍ରୀ ଙ୍କ ସହିତ ରାଜ୍ୟ ସଂଘର ସଭାପତି ଓ ସାଧାରଣ ସଂପାଦକଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ପରେ ସରକାର ଦାବୀ ପୁରଣର ପ୍ରତିଶ୍ରୁତି ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ରାଜ୍ୟର ବନ୍ୟା ପରିସ୍ଥିତି ଏବଂ ନୂଆଖାଇ ପର୍ବକୁ ଦୁଷ୍ଟିରେ ରଖ୍ ଆଜି ଆନ୍ଦୋଳନକୁ ରାଜ୍ୟସଂଘ ସାମୁହିକ ଭାବେ ସ୍ଥଗିତ ରଖାଯିବାକୁ ସଂଘ ତରଫରୁ ନିଷ୍ପତି ନିଆଗଲା । ଏଣୁ ରାଜ୍ୟ ଅମଲା ସଂଘର ନିର୍ଦେଶ କ୍ରମେ ଆଜିଠାରୁ ସମସ୍ତେ କାର୍ଯ୍ୟରେ ଯୋଗଦାନ କରିବାକୁ ରାଜ୍ୟ ସଂଘର ନିର୍ଦ୍ଦେଶ ମତେ ସମସ୍ତ ଅମଲା କର୍ମଚାରୀ ଆଜି କାର୍ଯ୍ୟରେ ଯୋଗଦାନ କରିବାକୁ ସଂଘ ତରଫରୁ ଅନୁରୋଧ କରିଥିଲେ ଏବଂ ସମସ୍ତ ଅମଲ କର୍ମଚାରୀ କର୍ମ କ୍ଷେତ୍ର ରେ ଯୋଗଦାନ କରିଛନ୍ତି। ଅମଲା ମାନଙ୍କ ଆନ୍ଦୋଳନ ସମୟରେ ବାକିଥିବା କାର୍ଯ୍ୟକୁ ଖୁବ୍ ଶିଘ୍ର ସାରିବାକୁ ସଂଘ ତରଫରୁ ନିର୍ଦ୍ଦେଶ ଦିଆଯାଇଅଛି ଏବଂ ତାହା କର୍ମଚାରୀମାନେ ଆଜିଠାରୁ ପାଳନ କରି ଶେଷ କରିବେ। ଅମଲାମାନଙ୍କର ୧୦ ଦଫା ଦାବୀ ମଧ୍ୟରୁ ପ୍ରମୁଖ ଦାବୀ ଲେବୁଲ -୯ ଓ ପଦବୀ ପୁନର୍ଗଠନକୁ ଗୁରୁତ୍ୱ ଦେବା ସହିତ ଖୁବଶୀଘ୍ର ଦାବୀ ପୁରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅମଲାଙ୍କ ଆନ୍ଦୋଳନ ଯୋଗୁଁ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଯଥା-ବ୍ଲକ, ତହସିଲ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଶିଶୁ ବିକାଶ କାର୍ଯ୍ୟାଳୟ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପରିବହନ କାର୍ଯ୍ୟାଳୟ ଜିଲ୍ଲା ମଙ୍ଗଳ ଅଧୂକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ, ଇ ଲେ କ ସ ନ କାର୍ଯ୍ୟାଳୟ, ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଆଜି ସମସ୍ତେ କାର୍ଯ୍ୟରେ ଯୋଗଦାନ କରିଥିବାରୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିବା ସ୍ଥଳେ ମାଲକାନଗିରି ଜିଲ୍ଲାର ସମସ୍ତ କ ର୍ମ ଚାରୀ ଜିଲ୍ଲା ପାଳ କାର୍ଯ୍ୟାଳୟର ରେ ୧୦ ଘଟିକା ସମୟରେ ଏକତ୍ରିତ ହୋଇ ଯୋଗଦାନ ସଂପର୍କିତ ଜରୁ ରୀ ବୈଠ କ ଅନୁ ଷ୍ଠି ତ ହୋଇଥିଲା । ସମସ୍ତଙ୍କର ସହମତି କ୍ରମେ ସ୍ଲୋଗାନ ଏବଂ ସର୍ବ ଶେଷରେ ସଭାପତି, ସଂପାଦକ, ସମସ୍ତ କର୍ମକର୍ତା ଏବଂ ଜିଲ୍ଲାର ସମସ୍ତ ଅମଲା ଭାଇ ଭଉଣୀମାନ ଙ୍କୁ ସଭାପତି ଧନ୍ୟବାଦ ଜଣାଇବା ସହିତ ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିବାକୁ ଅନୁରୋଧ କରିଥିଲେ, ଅନୁରୋଧ ରକ୍ଷାକରି ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande