ସମ୍ବଲପୁର, ୨୬ ଅଗଷ୍ଟ (ହି.ସ.)-
ଆଜି ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୭୧ଟି ଆବେଦନ ଗ୍ରହଣ କରାଯାଇ ଥିଲାବେଳେ ସେଥି ମଧ୍ୟରୁ ୫୭ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଓ ୧୪ଟି ଅଭିଯୋଗ ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା। ମାତ୍ର ଏହି ଶିବିରରେ ଗୋଟିଏ ଅଭିଯୋଗର ଶୁଣାଣି ହୋଇ ଏହାର ସମାଧାନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ