ଜାମ୍ମୁ, ୨୬ ଅଗଷ୍ଟ(ହି.ସ.) – ଲଦାଖ ଏବଂ ଜାମ୍ମୁ-କାଶ୍ମୀର ପାଇଁ ପାଣିପାଗ ସମ୍ବନ୍ଧୀ ଚେତାବନୀ ଜାରି କରାଯାଇଛି, ଯେଉଁଥିରେ ଆସନ୍ତା କିଛି ଦିନରେ ପ୍ରବଳ ବର୍ଷା, ବାଦଲ ଫଟା ବଷା, ଅଚାନକ ବନ୍ୟା ଏବଂ ଭୂସ୍ଖଳନର ଆଶଙ୍କା କରାଯାଇଛି।
ପାଣିପାଗ ବୈଜ୍ଞାନିକ ଡା. ମୁଖ୍ତାର ଅହମ୍ମଦ କହିଛନ୍ତି ଯେ କାଶ୍ମୀରରେ ଲଗାତାର ହେଉଥିବା ବର୍ଷା କାରଣରୁ ଝେଲମ ନଦୀର ଜଳସ୍ତର ବଢ଼ିଯାଇଛି। ସେ କହିଛନ୍ତି ଯେ ବର୍ଷା ବନ୍ଦ ହେବା ପରେ ଜଳସ୍ତର ପୁଣିଥରେ କମ୍ ହୋଇଯିବ। କାଶ୍ମୀରର ବିପରିତ, ଜାମ୍ମୁରେ ଏହି ସମୟରେ ନଦୀ ଏବଂ ନାଳର ଜଳସ୍ତର ତୀବ୍ର ଭାବେ ବଢ଼ୁଛି। ଗତ ଏକ ସପ୍ତାହ ହେଲା ଜାମ୍ମୁରେ ଲଗାତାର ହେଉଥିବା ବର୍ଷା କାରଣରୁ ନଦୀ ଏବଂ ନାଳର ଜଳସ୍ତର ବୃଦ୍ଧି ପାଇଛି। ସେ ଆହୁରି କହିଛନ୍ତି ଯେ ଲୋକଙ୍କୁ ତଳି ଅଂଚଳରୁ ଦୂର ରହିବା ଦରକାର ଏବଂ ସୁରକ୍ଷିତ ଏବଂ ସତର୍କ ରହିବା ଦରକାର, କାହିଁକି ସେଠାରେ କେବେ ମଧ୍ୟ ବନ୍ୟା ଆସିପାରେ। ସେ କହିଛନ୍ତି ଯେ ଆସନ୍ତା ୨୪ ଘଂଟା ପୁରା ଜାମ୍ମୁ-କାଶ୍ମୀର ପାଇଁ ମହତ୍ୱପୂର୍ଣ୍ଣ ଅଟେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି