କେନ୍ଦୁଝର ଜିଲ୍ଲା ପୁର୍ବ ଛାତ୍ର ଟୋଲି ଗଠିତ
କେନ୍ଦୁଝର, ୨୬ ଅଗଷ୍ଟ (ହି.ସ.) - ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଅଧିନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦେଶାତ୍ମବୋଧକ ଭାବନା ନେଇ ଶିକ୍ଷା ପ୍ରଦାନ କରି ଆସୁଛି। ଏହି ବିଦ୍ୟାଳୟ ଗୁଡିକରୁ ପ୍ରତିବର୍ଷ ଶହ ଶହ ଶିକ୍ଷାର୍ଥୀ ଶିକ୍ଷାଲାଭ କରି ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଛ
Ssm ex student team declared


କେନ୍ଦୁଝର, ୨୬ ଅଗଷ୍ଟ (ହି.ସ.) - ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଅଧିନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦେଶାତ୍ମବୋଧକ ଭାବନା ନେଇ ଶିକ୍ଷା ପ୍ରଦାନ କରି ଆସୁଛି। ଏହି ବିଦ୍ୟାଳୟ ଗୁଡିକରୁ ପ୍ରତିବର୍ଷ ଶହ ଶହ ଶିକ୍ଷାର୍ଥୀ ଶିକ୍ଷାଲାଭ କରି ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଛନ୍ତି । ଶିଶୁ ମନ୍ଦିରରୁ ଶିକ୍ଷାଦାନ କରି ଯାଉଥିବା ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ମୂଳଦୁଆ। ଏହି ପୂର୍ବଛାତ୍ର ମାନେ ବିଦ୍ୟାଳୟ ବିକାଶ ସହ ସମାଜ ବିକାଶ କାର୍ଯ୍ୟରେ ସହଭାଗୀ ରୁହନ୍ତୁ ସେନେଇ ଶିକ୍ଷା ବିକାଶ ସମିତି ଚଳିତ ବର୍ଷ ଏହି ପୁର୍ବଛାତ୍ର ସମିତି ଗଠନ ନେଇ ପ୍ରୟାସ ଆରମ୍ଭ କରିଛି। ଆଜି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ ଠାରେ ପୂର୍ବ ଛାତ୍ର ଟୋଲି ଗଠନ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତର ସମ୍ଭାଗ ସଂଯୋଜକ କ୍ଷେତ୍ରମୋହନ ଦାସ ଓ ରଶ୍ମି ରଞ୍ଜନ ଦାଶ ଯୋଗ ଦେଇ ପୂର୍ବଛାତ୍ର ଟୋଲି ଗଠନର ଆବଶ୍ୟକତା ନେଇ ସୁଚନା ପ୍ରଦାନ କରିବା ସହ ଟୋଲି ଗଠନ କରିଥିଲେ। କେନ୍ଦୁଝର ଜିଲ୍ଲା ପାଇଁ ଜିଲ୍ଲା ସଂଯୋଜକ ଭାବେ ଅବିନାଶ ଦାସ, ସହ ସଂଯୋଜକ ଭାବେ ତୃପ୍ତିରଞ୍ଜନ ସାହୁ, ଦିବ୍ୟଜ୍ୟୋତି ମହାକୁଡ, ବିଭୂତି ଭୂଷଣ ନାଏକ, ସଦସ୍ୟ ଭାବେ ହିତେଶ ରାଠୋର, ଅମ୍ରିତ କୁମାର ସା, ପ୍ରିୟବ୍ରତ ମହାକୁଡ, ପ୍ରିୟବ୍ରତ ଜେନା, ପଦ୍ମଲୋଚନ ମହାନ୍ତ, ମନୋଜ ମହାନ୍ତ, ମାଧବେନ୍ଦ୍ର ସାହୁ, ଅଭିଷେକ ଦେହୁରୀ, ଚିତରଞ୍ଜନ ମହାନ୍ତଙ୍କ ସହ ପାଳକ ଭାବେ ଦାୟନିଧି ମହାନ୍ତଙ୍କ ନାମ ଘୋଷଣା କରାଯାଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର ସନ୍ତୋଷ ମହାପାତ୍ର, ଅନଙ୍ଗ ଉଦୟ ନାୟକ ଯୋଗଦେଇ ସହଯୋଗ କରିଥିବା ବେଳେ ଶେଷରେ ସହ ବିଭାଗ ନିରୀକ୍ଷକ ଲମ୍ବୋଦର ମହାନ୍ତ ଧନ୍ୟବାଦ ଅର୍ପଣ ପରେ ବୈଠକ ଶେଷ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande